‘ସୁଭଦ୍ରା’ ର ଶୁଭାରମ୍ଭ କଲେ ମୋଦି; ୨୫ ଲକ୍ଷ୍ୟ ହିତାଧିକାରୀଙ୍କୁ ମିଳିଲା ପ୍ରଥମ କିସ୍ତି

 

ଭୁବନେଶ୍ୱର,୧୭/୯(ସତ୍ୟପାଠ ବ୍ୟୁରୋ):  ମହିଳାମାନଙ୍କ ପାଇଁ ଖୁସି ଖବର । ସବୁ ଅପେକ୍ଷାରେ ହେଲା ଅନ୍ତ । ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରାଜଧାନୀର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ସିଧା ଗାଡ଼କଣ ଗାଁକୁ ଯାଇଥିଲେ ।

ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଥିଲେ ମୋଦି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ।

ଏହାପରେ ଭୁବନେଶ୍ୱର ଜନତମଇଦାନ ଠାରେ ଆୟୋଜିତ ସମାରୋହରେ ଯୋଗଦେଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୫ ଲକ୍ଷ୍ୟ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପଠାଇଛନ୍ତି। ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବା ସହ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ । ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ଟଙ୍କା। ସୁଭଦ୍ରା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳ, ଆବାସ ସହ ଅନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।

Related Posts