” ମୋଦୀ ଭାରତର ରାଜା ନୁହଁନ୍ତି, ମୁଁ ତାଙ୍କ ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ବିରୋଧ କରେ ” : ସୁବ୍ରମଣ୍ୟମ ସ୍ବାମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ଏବଂ ବୈଦେଶିକ ନୀତିକୁ ପୁଣି ଥରେ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ପୂର୍ବରୁ ମଧ୍ୟ ବିଜେପି ଦଳର ନେତା ହୋଇ ବି ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୀତି ଏବଂ ବୈଦେଶିକ ନୀତିର ବିରୋଧୀ ବୋଲି କହିଛନ୍ତି। 

ଜଣେ ୟୁଜର ଟ୍ବିଟ୍ କରି କହିଥିଲେ ଯେ ସ୍ୱାମୀ ନିଜ ପସନ୍ଦର ମନ୍ତ୍ରଣାଳୟ ପାଇନଥିବା କାରଣରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରୁଛନ୍ତି। ଏହାର ଜବାବରେ ସ୍ବାମୀ କହିଛନ୍ତି ଯେ ସେ ଏଥିପାଇଁ ନୁହେଁ ବରଂ ଆଉ ଏକ ଭିନ୍ନ କାରଣ ପାଇଁ ମୋଦୀ ବିରୋଧୀ। 

ସ୍ବାମୀ ଟ୍ୱିଟ୍ କରି କହିଛନ୍ତି, “ମୁଁ ଅର୍ଥନୀତି ଏବଂ ବୈଦେଶିକ ନୀତି ପାଇଁ ମୋଦୀ ବିରୋଧୀ । ଏବଂ ମୁଁ ଏହା ଉପରେ ଯେ କୌଣସି ବ୍ୟକ୍ତିଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଅଛି। ସେ ୟୁଜରଙ୍କୁ ପ୍ରଶ୍ନ କରିଛନ୍ତି ଯେ , “ଆପଣ କେବେ ସହଭାଗୀ ଗଣତନ୍ତ୍ର (participatory democracy) ବିଷୟରେ ଶୁଣିଛନ୍ତି କି ? ମୋଦୀ ଭାରତର ରାଜା ନୁହଁନ୍ତି।”

ସ୍ବାମୀ ଆହୁରି ମଧ୍ୟ କହିଛନ୍ତି ଯେ ଯିଏ ଏ ପ୍ରସଙ୍ଗରେ ଦକ୍ଷ ଏବଂ ଏଥିପାଇଁ ଉତ୍ତରଦାୟୀ ବ୍ୟକ୍ତିଙ୍କ ସହ “ବିତର୍କ” କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ମୋଦୀ ସରକାରଙ୍କ ବୈଦେଶିକ ନୀତିକୁ ସମାଲୋଚନା କରି ସେ ପ୍ରଶ୍ନ କରିଛନ୍ତି ଯେ , ଅମଲାତନ୍ତ୍ର ଯୋଡି ଜୟଶଙ୍କର ଏବଂ ଡୋଭାଲ ଅନ୍ତର୍ଜାତୀୟ ସ୍ତରରେ ଭାରତ ଯେଉଁ ସମସ୍ୟାରେ ଅବତରଣ କରିଛି, ସେଥିପାଇଁ ସେମାନେ ଦେଶକୁ କେବେ କ୍ଷମା ମାଗିବେ କି ? 

ସେମାନଙ୍କୁ ଖୋଲା ଖୋଲି କ୍ଷମତା ଦିଆଯାଇଥିଲା କାରଣ ମୋଦୀ ରାଜନେତାଙ୍କୁ ସେମାନଙ୍କ ସମକକ୍ଷ ରାଜନେତା ବୋଲି ବିଶ୍ୱାସ କରନ୍ତି ନାହିଁ । ବର୍ତ୍ତମାନ ଆମେ ଆମର ସମସ୍ତ ପଡ଼ୋଶୀ ଦେଶଙ୍କ ସହ ସମ୍ପର୍କ ତିକ୍ତ କରି ଦେଇଛେ ବୋଲି ବରିଷ୍ଠ ବିଜେପି ନେତା ଟ୍ବିଟ୍ କରି କହିଛନ୍ତି। ପୂର୍ବରୁ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ସ୍ବାମୀଙ୍କ ଏଭଳି ଟୁଇଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Related Posts