ଟୁଇଟର ଟପ୍ ଟ୍ରେଣ୍ଡିଁ ରେ #ମୋଦି-ହୈ-ତୋ-ବରବାଦୀ-ହୈ

ସତ୍ୟପାଠ ବ୍ୟୁରୋ, ୩୧/୧୨: #ମୋଦି ହୈ ତୋ ମୁମକୀନ ହୈ, ୨୦୧୯ ନିର୍ବାଚନ ବେଳକୁ ଏହି ସ୍ଲୋଗାନ ଟୁଇଟରରେ ସବୁଠୁ ଅଧିକ ଟ୍ରେଣ୍ଡି କରିଥିଲା। ଆଜି କିନ୍ତୁ #ମୋଦି ହୈ ତୋ ବରବାଦୀ ହୈ ସ୍ଳୋଗାନ ଟୁଇଟରରେ ଟପ୍ trending ମଧ୍ୟରେ ଅଛି।

#ମୋଦି ହୈ ତୋ ବରବାଦୀ ହୈ ହାସ୍ ଟ୍ୟାଗ ରେ ହଜାର ହଜାର କମେଣ୍ଟ ଏବଂ ଗ୍ରାଫିକ୍ସ କଣ୍ଟେଣ୍ଟ ମଧ୍ୟ ପୋଷ୍ଟ ହେଇଛି। ଅନେକ କମେଣ୍ଟ ରେ ମୋଦି ସରକାରଙ୍କର ବିଫଳତାର ଚିଠା ଦିଆ ଯାଇଛି। ବିମୁଦ୍ରୀକରଣ ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ରେ ଚୀନ ର ଦାଦାଗିରି ଆଗରେ ଭାରତର ଦୁର୍ବଳତା, କୃଷକ ଆଇନ ର ବିଫଳତା। ମୁଦ୍ରାସ୍ପିତି ରୋକିବାରେ ସରକାରଙ୍କର ବିଫଳ ପାଇଁ ମୋଦିଙ୍କୁ ଦାୟୀ କରାଯାଇଛି। ଏୟାରପୋର୍ଟ, ବନ୍ଦର, ତୈଳ କଂପାନୀ, ଟେଲିକମ ସଂସ୍ଥା ଭଳି ବହୁ ବିରାଟ ବିରାଟ ରାଷ୍ଟ୍ରାୟତ ସମ୍ପତ୍ତିକୁ ପ୍ରାଇଭେଟ୍ କମ୍ପାନୀ ଙ୍କୁ ଲିଜ୍ ଦେବା ମୋଦି ସରକାରଙ୍କର ବଡ଼ ବିଫଳତା ବୋଲି ଟୁଇଟରରେ କମେଣ୍ଟ୍ ଦିଆଯାଇଛି।

ଜଣେ ଲେଖିଛନ୍ତି ଯେ, ୨୦୦୪ ମସିହାରେ ୟୁ ପି ଏ ସରକାର ଆସିଲା। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେଉଁ ଗାଡି ବ୍ୟବହାର କରୁଥିଲେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମନ ମୋହନ ସିଂ ସେହି ଗାଡ଼ିକୁ ୧୦ ବର୍ଷ ଯାଏଁ ବ୍ୟବହାର କଲେ। ଅଥଚ ନରେନ୍ଦ୍ର ୨୦୧୪ ରୁ ୨୦୨୧ ମଧ୍ୟରେ ୪ ଟି ଗାଡ଼ି ବଦଳେଇ ସାରିଲେଣି। ଲୋକଙ୍କ ଆର୍ଥିକ ସ୍ଥିତି ଯେତେବେଳେ ସଙ୍ଗୀନ ସେତିକି ବେଳେ ମୋଦି ସାଢେ଼ ୧୨ କୋଟି ଟଙ୍କାର ଗାଡି ଦରାଦ ଦେଇଛନ୍ତି ଯାହାକି ହାସ୍ୟାସ୍ପଦ ବୋଲି ଜଣେ କମେଣ୍ଟ କରିଛନ୍ତି।ପେଟ୍ରୋଲ ଡିଜେଲ ଦରବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ବ୍ୟାଙ୍କ୍ ଗୁଡ଼ିକର ଦେବାଳିଆ ସ୍ଥିତି ଆଦି ପ୍ରସଙ୍ଗ ମୋଦି ସରକାରଙ୍କର ଚରମ ବିଫଳତା ବୋଲି କମେଣ୍ଟ ଦିଆଯାଇଛି।

Related Posts