ମେକ୍ସିକୋର ରାଜଧାନୀରେ ପୁଣି ଥରେ ବଡ଼ ଧରଣ ଭୂମିକମ୍ପ ଅନୁଭବ: ରିକ୍ଟର ସ୍କେଲରେ ତୀବ୍ରତା ୬.୮

ନୂଆଦିଲ୍ଲୀ: ପୁଣି ଥରେ ଥରିଲା ମେକ୍ସିକୋର ରାଜଧାନୀ । ଏକ ବଡ଼ ଧରଣର ଭୂମିକମ୍ପ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ ରହିଛି। ଭୂମିକମ୍ପରେ ଅନେକ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ତିନି ଦିନ ପୂର୍ବରୁ ମଧ୍ୟ ମେକ୍ସିକୋରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ମଧ୍ୟ ବହୁ କ୍ଷତି ହୋଇଥିଲା।

ଗୁରୁବାର ଭୂମିକମ୍ପର କେନ୍ଦ୍ର ପଶ୍ଚିମ ମିଚୋଆକନର ପ୍ରଶ୍ଚିମ ପ୍ରାନ୍ତ ନିକଟ ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ପ୍ରାୟ ୨୪.୧ କିଲୋମିଟର ଗଭୀରରେ ରହିଛି । ସାରା ମିଚୋଆକନ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ମିଚୋଆକନର ଗ୍ୟୁରେରୋ ନିକଟ ରାଜମାର୍ଗରେ ଭୂସ୍ଖଳନ ହୋଇଛି ।

Related Posts