
ଭୁବନେଶ୍ବର: ଚାଷୀଙ୍କୁ ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର । । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା। ଆଜି(ମଙ୍ଗଳବାର) ରାଜ୍ୟର 41 ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ କାଳିଆ ଟଙ୍କା । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଟଙ୍କା ଯିବ । ଏଥିପାଇଁ 869 କୋଟି ଟଙ୍କାର ଖର୍ଚ୍ଚ ହେବ । ପୂର୍ବରୁ ବର୍ଷକୁ ଦୁଇଥର ଅକ୍ଷୟ ତୃତୀୟା ଏବଂ ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ଆଜି ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । କ୍ଷୁଦ୍ର, ନାମମାତ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କ ଖାତାକୁ ସହାୟତା ରାଶି ଯିବା ନେଇ ସୂଚନା ଦିଆଯାଇଛି ।
ପ୍ରତ୍ୟେକ ଚାଷୀଙ୍କୁ 2000 ଟଙ୍କା ଲେଖାଏଁ ମିଳିବ । ଏହା ବାବଦରେ 869 କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଭିସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଉପସ୍ଥିତ ରହିବେ ।ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା, କୃଷି ସଚିବ ତଥା କମିଶନର, କୃଷି ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5 ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ ବୋଲି ଜଣାପଡିଛି ।