ନିମ୍ନ ମାନର ରାସ୍ତା କାମକୁ ନେଇ କୋଟଗଡ଼ ଅଂଚଳରେ ମାଓ ପୋଷ୍ଟର

ଫୁଲବାଣୀ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କନ୍ଧମାଳ ଜିଲାରେ ସକ୍ରିୟ ହୋଇଉଠିଲେ ମାଓବାଦୀ | କୋଟଗଡ଼ ଅଂଚଳରେ ମାରିଲେ ମାଓ ପୋଷ୍ଟର l ବ୍ଲକ ଅନ୍ତର୍ଗତ ବଣ୍ଡା ପିପିଲି ଅଙ୍ଗନବାଡି କେନ୍ଦ୍ରରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ପୋଷ୍ଟରରେ ଅଂଚଳର କିଛି ଠିକାଦାର ପୋଲିସ ଇନଫର୍ମର ସାଜିଥିବା ଉଲ୍ଲେଖ କରିବା ସହ ରାସ୍ତା କାର୍ଯ୍ୟ ନିମ୍ନ ମାନର କରି ଟଙ୍କା ହେରଫେର କରୁଥିବା ଅଭିଯୋଗ ଆଣିଛନ୍ତି | ଏଥିସହ ହତ୍ୟାର ଧମକ ମଧ୍ୟ ଦେଇଛନ୍ତି |

ତେବେ ଏହି କାର୍ଯ୍ୟରୁ ନିବୃତ ନ ରହିଲେ ପ୍ରଜା କୋର୍ଟରେ ଦଣ୍ଡିତ କରାଯିବ ବୋଲି ପୋଷ୍ଟରରେ କୁହାଯାଇଛି । ପୋଷ୍ଟର ତଳେ ସିପିଆଇ ମାଓବାଦୀ ଲେଖାଯାଇଛି । ସେପଟେ ମାଓ ପୋଷ୍ଟର ଦେଖି ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ସୂଚନା ପାଇ ଏହାର ତଦନ୍ତ କରୁଛି |

Related Posts