ବଲାଙ୍ଗିରର ସାପ୍ତାହିକ ବଜାରରେ ମାଓ ପୋଷ୍ଟର

ପାଟଣାଗଡ : ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ। କିଛି ଦିନ ନୀରବତା ପରେ ଆଜିଭୋର ସକାଲୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ କିଛି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହି ବ୍ୟାନରରେ ୬ଗୋଟି ଦାବି ରଖିଛନ୍ତି ।

ମାଓବାଦୀଙ୍କ ୧୯ ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ । ଶତ୍ରୁର ଆକ୍ରମଣକୁ ପାର୍ଟିକୁ ବଞ୍ଚାଇ ରଖନ୍ତୁ । ପାର୍ଟି ଧକ୍କା ଦେଇ ପୋଲିସକୁ ସୂଚନା ଦେଉଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ଦିଅନ୍ତୁ । ପାର୍ଟି ଆପଣଙ୍କର ଅଟେ, ପୀଡ଼ିତ ଲୋକଙ୍କର ମୁକ୍ତି ପାଇଁ ସଂଘର୍ଷ କରୁଅଛୁ । ଏହି ପାର୍ଟି କୁ ବଞ୍ଚାଇ ରଖିବା ଗରିବ ଲୋକମାନଙ୍କ ଦାୟିତ୍ୱ ଅଟେ ।

ପୋଲିସ ଅର୍ଦ୍ଧ ସୈନିକ ବାହିନୀ ଜମିଦାର ପୁଞ୍ଜିବାଦି ସାମ୍ରାଜ୍ୟବାଦି ସେମିତି ଲୁଣ୍ଠନ ଶ୍ରେଣୀଙ୍କୁ ରକ୍ଷା କରୁଅଛି । ଉଚିତ ଲୋକ ମାନଙ୍କ ଉପରେ ଦମନ ଅତ୍ୟାଚାର କରି ଚାଲୁଛି । ପୋଲିସର ସୂଚନା ଦାତାଙ୍କୁ ଗାଁରୁ ଖେଦି ଦିଅନ୍ତୁ । ମାଓବାଦୀ ପାଟିକୁ ସହଯୋଗ କରନ୍ତୁ । ତଳେ ଉଲ୍ଲେଖ ରହିଛି ବିବିଏମ (ବରଗଡ଼ ବଲାଙ୍ଗିର ମହାସୁମଣ୍ଡ ) ଡିବିଜନ କମିଟି ।

Related Posts