ଏସ୍‌ସିବିରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଘଟଣା; ଡାକ୍ତରଙ୍କୁ ବହିଷ୍କାର ନିର୍ଦେଶ

ଭୁବନେଶ୍ୱର,୨୨/୮(ସତ୍ୟପାଠ ବ୍ୟୁରୋ): ଏସ୍‌ସିବି ମେଡିକାଲ କଲେଜକାର୍ଡିଓଲୋଜି ବିଭାଗରେ ଜଣେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ଦୁଷ୍କର୍ମର ଶିକାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଏମ୍‌ଇଟି ଏସ୍‌ସିବି ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ପରେ ତିନିଜଣିଆ କମିଟି ରିପୋର୍ଟ ଆଧାରରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସିନିଅର୍ ରେସିଡେଣ୍ଟ୍‌ ଡାକ୍ତର ତଥା ବିଭାଗରେ ଡିଏମ୍ କରୁଥିବା ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଅଞ୍ଚଳର ବାସିନ୍ଦା ଡାକ୍ତର ଦିଲବର୍ ସିଂହ ଠାକୁରକୁ ବହିଷ୍କାର ପାଇଁ ଚିଠି ଲେଖାଯାଇଛି ବୋଲି ଡିଏମ୍‌ଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ପୁଲିସ ରିପୋର୍ଟ ମିଳିବା ପରେ ଡାକ୍ତରୀ ଡିଗ୍ରି ସାର୍ଟିଫି‌କେଟ୍ ରଦ୍ଦ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କଟକ SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ ହୋଇଥିଲେ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କାର୍ଡିଓଲୋଜି ବିଭାଗର ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଥିଲା ପୋଲିସ। ଇସିଜି କରିବା ବାହାନାରେ ଡାକ୍ତର ଜଣକ ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

Related Posts