ଓଡ଼ିଶାର କେଉଁ ସାଂସଦଙ୍କ ଘରେ ଲାଞ୍ଚ ଟଙ୍କା ରଖିଥିଲେ ମହୁଆ ମୋଇତ୍ରା?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଵିଵାଦରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା | ମହୁଆଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ | ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ନିଶିକାନ୍ତ ଅଭିଯୋଗ କରିଛନ୍ତି ଯେ, ମହୁଆ ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଓ ଉପହାର ନେଇଛନ୍ତି। ଲୋକସଭାରେ ଅଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ କରିବାକୁ ଅଦାନୀ ଗ୍ରୁପର ବ୍ୟବସାୟିକ ପ୍ରତିଦ୍ବନ୍ଦୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ମହୁଆ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି | ଏପରିକି ମହୁଆ ପଚାରିଥିବା ୬୧ ଟି ପ୍ରଶ୍ନ ମଧ୍ୟରୁ ୫୦ଟି ପ୍ରଶ୍ନ ସିଧାସଳଖ ହିରାନନ୍ଦାନୀ ଓ ତାଙ୍କ କମ୍ପାନୀକୁ ଫାଇଦା ଦେଇଥିବା ଅଭିଯୋଗ ହୋଇଛି | ଏନେଇ ଯଥେଷ୍ଟ ପ୍ରମାଣ ସହିତ ଜୟ ଆନନ୍ଦ ଦେହଦ୍ରହି ନାମକ ଜଣେ ଓକିଲ ତାଙ୍କୁ ଚିଠି ଲେଖିଥିବା ଦୁବେ କହିଛନ୍ତି | ତେଣୁ ତୁରନ୍ତ ଏହି ମାମଲାର ତଦନ୍ତ କରିବାକୁ ଏକ କମିଟି ଗଠନ କରିବା ସହ ମହୁଆଙ୍କୁ ଗୃହରୁ ନିଲମ୍ବନ କରିବାକୁ ସେ ଦାବି କରିଛନ୍ତି ।

ସେପଟେ ଏହି ପୁରା ବିବାଦ ଭିତରେ ଓଡ଼ିଶାର ଜଣେ ସାଂସଦଙ୍କୁ ନେଇ ଚର୍ଚ୍ଚା | ବ୍ୟବସାୟୀ ହିରାନନ୍ଦାନୀଙ୍କ ଠାରୁ ଦୁଇ କୋଟି ଲାଞ୍ଚ ଟଙ୍କା ଓଡ଼ିଶାର ଜଣେ ସାଂସଦଙ୍କ ମାଧ୍ୟମରେ ମହୁଆ ମୋଇତ୍ରାଙ୍କ ନିକଟକୁ ଆସିଥିଲା ଓ ସମ୍ପୃକ୍ତ ସାଂସଦ ଜଣକ ଲାଞ୍ଚ ଟଙ୍କାକୁ ସୁରକ୍ଷିତ ଭାବରେ ରଖିଥିବା ଜୟ ଆନନ୍ଦ, ନିଶିକାନ୍ତ ଦୁବେଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି | ତେବେ ଓଡ଼ିଶାର ସେହି ସାଂସଦ ଜଣକ କିଏ ଜଣାପଡ଼ିନଥିବା ବେଳେ, ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ଅନ୍ୟପଟେ ଅଭିଯୋଗ ଆସିବା ପରେ ଲୋକସଭା ଏଥିକ୍ସ କମିଟି ଏହାର ଶୁଣାଣି କରିବ ବୋଲି ଜଣାପଡିଛି | ଏଥିପାଇଁ ଆସନ୍ତା ଅକ୍ଟୋବର ୨୬ ତାରିଖରେ ଉଭୟ ନିଶିକାନ୍ତ ଦୁବେ ଓ ଜୟ ଆନନ୍ଦ ଦେହଦ୍ରହିଙ୍କୁ ସମସ୍ତ ପ୍ରମାଣ ସହିତ ଏଥିକ୍ସ କମିଟିଙ୍କ ସାମ୍ନାରେ ହଜାର ହେବାକୁ ନୋଟିସ ହୋଇଛି |

ସେପଟେ ମହୁଆ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ, ପ୍ରଥମେ ବିଜେପି ସଦସ୍ୟଙ୍କ ବିରୋଧରେ ଆସିଥିବା ମାମଲାର ସମାଧାନ ହେଉ ତା ପରେ ମୋ ପାଖକୁ ମାମଲା ଆସିଲେ ମୁଁ ସ୍ବାଗତ କରିବି। ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ଦୁବେ ଓ ଓକିଲ ଦେହଦ୍ରାଇଙ୍କୁ କୌଣସି ପ୍ରକାର ମିଥ୍ୟା ଓ ଅପମାନଜକ ପୋଷ୍ଟ କରିବାକୁ ବାରଣ କରିପାଇଁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ତେବେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ଲୋକସଭା ଏଥିକ୍ସ କମିଟିରେ ଏହି ମାମଲାର ଶୁଣାଣି ହେବଙ୍କୁ ଥିବାବେଳେ ଆଗକୁ ଏହି ମାମଲା କେଉଁ ମୋଡ଼ ନେଉଛି ତାହାରି ଉପରେ ନଜର |

Related Posts