ଇନଷ୍ଟାଗ୍ରାମରେ ନିଜ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ମହେନ୍ଦ୍ର ସିଂ ଧୋନୀ: ରଖିଲେ ତ୍ରିରଙ୍ଗା ଫଟୋ

ନୂଆଦିଲ୍ଲୀ : ଦେଶ ପାଳିବ ସ୍ୱାଧିନତାର ୭୫ ବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଙ୍କ ଅନୁରୋଧ କ୍ରମେ ସମଗ୍ର ଦେଶବାସୀ ଅମୃତୋତ୍ସବ ପାଳନ କରୁଛନ୍ତି । ଭାରତ ସରକାରଙ୍କ ଆହ୍ୱାନରେ ତ୍ରିରଙ୍ଗା ଅଭିଯାନ ଜାରି କରିଛି । ଦେଶବାସୀ ସୋସିଆଲ ମିଡିଆରେ ଓ ନିଜ ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗାର ଫଟୋ ପୋଷ୍ଟ କରୁଛନ୍ତି । ଏଥିରେ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ବି ଯୋଡି ହୋଇଯାଇଛି ।

ଶୁକ୍ରବାର ଧୋନୀ ଇନଷ୍ଟାଗ୍ରାମରେ ନିଜ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରିଛନ୍ତି । ଫଟୋରେ ସେ ତ୍ରିରଙ୍ଗା ରଖିଛନ୍ତି । ଏହାସହ ସେ ଏକ ସ୍ୱତନ୍ତ୍ର ସନ୍ଦେଶ ମଧ୍ୟ ଲେଖିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ମୁଁ ଜଣେ ଭାରତୀୟ । ଏହା ମୋର ଭାଗ୍ୟ ।

ସୋସିଆଲ ମିଡିଆରେ ଧୋନୀ ବହୁତ କମ୍ ସକ୍ରିୟ ରଖିଥାନ୍ତି । ସେ ବହୁତ ଦିନ ହେବ କିଛି ପୋଷ୍ଟ୍ କରିନାହାଁନ୍ତି । କିନ୍ତୁ ତ୍ରିରଙ୍ଗା ଅଭିଯାନରେ ଭାଗ ନେବା ସହ ଏବେ ଚର୍ଚ୍ଚାକୁ ପୁଣି ଆସିଛନ୍ତି ।

ଧୋନୀଙ୍କ ସହ ଅନ୍ୟ କ୍ରିକେଟର ମଧ୍ୟ ତ୍ରିରଙ୍ଗା ଅଭିଯାନରେ ଯୋଡି ହୋଇଛନ୍ତି । ଇରଫାନ ପଠାନ ନିଜ ଘରେ ତ୍ରିରଙ୍ଗା ଉଡାଇଥିଲେ । ଏହାସହ ଫ୍ୟାନଙ୍କୁ ମଧ୍ୟ ହର୍ ଘର୍ ତ୍ରିରଙ୍ଗା କାର୍ୟ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ଅଗଷ୍ଟ ୧୫କୁ ଧୋନୀ ଏକ ସ୍ୱତନ୍ତ୍ର ଦିନ ଭାବେ ମାନିଥାନ୍ତି । କାରଣ ସେ ୨୦୨୦ ମସିହା ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ୍ କରି ଅବସର ବାବଦରେ ଘୋଷଣା କରିଥିଲେb।

Related Posts