ବ୍ରହ୍ମଗିରିରୁ ବିଜେପି ଚେହେରା ହେବେ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା: ୨୦୨୪ ନିର୍ବାଚନୀ ମଇଦାନରେ କରିବେ ଲଢେଇ !

ଭୁବନେଶ୍ୱର: ନିର୍ବାଚନ ମୈଦାନ କୁ ଓଲେହିବେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର | ବ୍ରହ୍ମଗିରିର ନିର୍ବାଚନ ମୈଦାନକୁ ଓହ୍ଲାଇ ବିଜେପି ପାଇଁ ହେବେ ଚେହେରା | ଏନେଇ ତାଙ୍କୁ ବ୍ରହ୍ମଗିରିରୁ ବିଜେପିର ଚେହେରା କରି ନିର୍ବାଚନ ଲଢେଇରେ ଓହ୍ଲାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି ।

ଏ ନେଇ ଗତକାଲି ଅପରାହ୍ନରେ ବିଜେପିର ବରିଷ୍ଠ ନେତା, ଉପାସନା ଓ ସ୍ଥାନୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ହୋଇଛି । ଏଥିରେ ଲୁଲୁଙ୍କ ଭାଇ ତଥା ବିଧାୟକ ଲଳିତେନ୍ଦୁ ମହାପାତ୍ର ବି ଉପସ୍ଥିତ ଥିଲେ । ଲୁଲୁ ମହାପାତ୍ର କଂଗ୍ରେସର ବରିଷ୍ଠ ନେତା ଥିଲେ ।

ତାଙ୍କ ପରଲୋକ ପରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ବିଜେଡିର ହାୱାସତ୍ୱେ ଲୁଲୁଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ମହାପାତ୍ର ବିଜେପିରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଉପାସନା ମହାପାତ୍ର ବି ଲଳିତେନ୍ଦୁ ମହାପାତ୍ରଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ । ଏବେ ୨୦୨୪ରେ ଉପାସନାଙ୍କୁ ବ୍ରହ୍ମଗିରିରୁ ଲଢିବା ପାଇଁ ପ୍ରସ୍ତତି ଚାଲିଛି । ଉପାସନା ବି ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ।

ସୂଚନାଯୋଗ୍ୟ, ୨୦୧୬ ନଭେମ୍ବର ୭ ତାରିଖରେ ଆଖିବୁଜି ଥିଲେ ଲୁଲୁ ମହାପାତ୍ର | ବ୍ରହ୍ମଗିରି ବିଧାନସଭା ଆସନରୁ ତିନି ତିନିର ନିର୍ବାଚିତ ହୋଇଥିଲେ ଲୁଲୁ ମହାପାତ୍ର । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଥିଲା |

Related Posts