ଭୂକମ୍ପ ଝଟକାରେ ଥରିଲା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାପଡିଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠ ଠାରୁ ୧୩୯ କିମି ଗଭୀରରେ ଥିବା କୁହାଯାଉଛି । ଏହି ଭୂକମ୍ପ ପ୍ରଭାବରେ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ।

ସୂଚନା ଅନୁସାରେ,ଶୁକ୍ରବାର ରାତି ପ୍ରାୟ ୧ଟା ୨୦ରେ ଲକ୍ଷ୍ନୌରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି।ଏହାପୂର୍ବରୁ ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ନାସିକରେ ମଧ୍ୟ ତିନି ଥର ଭୂମିକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୩.୪, ୨.୧ ଓ ୧.୯୯ । ଏଥିରେ କେହି ମୃତାହତ ହୋଇନଥିଲେ । ଲଗାତର ତିନି ଥର ଝଟକା ପରେ ଲୋକେ ଡରି ଯାଇଥିଲେ ।ପ୍ରଥମେ ଏହି ଝଟକାର ସଠିକ କାରଣ ଲୋକେ ଜାଣିପାରିନଥିଲେ । ପରେ ସୋସିଆଲ ମିଡିଆରେ ଏହାର ଖୁବ୍ ଚର୍ଚ୍ଚା ହୋଇଥିଲା । କିଛି ଲୋକେ ଆକାଶରେ କିଛି ଶବ୍ଦ ଶୁଣିବା ପରେ ମାଟି ଥରିଥିବା କହିଥିଲେ ।

Related Posts