ଲାଉଡସ୍ପିକର ବିବାଦ: ମହାରାଷ୍ଟ୍ରର 803ଟି ମସଜିଦରେ ଲାଉଡସ୍ପିକର ଲାଗିବାକୁ ଅନୁମତି

ମୁମ୍ବାଇ: ଲାଉଡସ୍ପିକର କୁ ନେଇ ଏବେ ଦେଶରେ ଅନେକ ରାଜ୍ୟରେ ବିବାଦ ମୁଣ୍ଡ ଟେକିଛି | ଅନେକ ସ୍ଥାନରେ ହିଂସା ବଢୁଥିବା ଦେଖିବାକୁ ମିଳିଛି | ତେବେ ଏହାରି ମଧ୍ୟରେ ମହାରାଷ୍ଟ୍ରର 803ଟି ମସଜିଦରେ ଲାଉଡସ୍ପିକର ଲାଗିବାକୁ ଅନୁମତି ମିଳିଛି | 1114ଟି ମସଜିଦ ମଧ୍ୟରୁ 803ଟି ମସଜିଦରେ ଲାଉଡସ୍ପିକର ଲାଗିବାକୁ ଅନୁମତି ଦେଇଛି ମୁମ୍ବାଇ ପୋଲିସ । ବାକି ମସଜିଦକୁ ଖୁବଶିଘ୍ର ଅନୁମତି ଦିଆଯିବ । ସମସ୍ତ ମସଜିଦକୁ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଅନୁମତି ଦିଆଯାଇଛି ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଲାଉଡସ୍ପିକରକୁ ନେଇ ଲାଗୁ କରାଯାଇଥିବା ଗାଇଡଲାଇନକୁ ସାରା ରାଜ୍ୟରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସର ଅନୁମତି ନେବା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର କରାଯାଇ ପାରିବ । ଲାଉଡସ୍ପିକର ବ୍ୟବହାର କରିବା ପାଇଁ ପୋଲିସ ଅନୁମତି, ସୁପ୍ରିମକୋର୍ଟର ଆଦେଶ ପାଳନ କରିବା ସହିତ ମହାରାଷ୍ଟ୍ର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାପାଇଁ ମଧ୍ୟ କୁହାଯାଇଛି ।

ଯହି ଆଇନ କେହି ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ମୁମ୍ବାଇ ପୋଲିସ ।

ସୂଚନା ଅନୁସାରେ,ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ(MNS chief Raj Thackeray ) କହିଥିଲେଯେ, ଯଦି ମହାରାଷ୍ଟ୍ର ସରକାର ମେ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ହଟାଇବାରେ ବିଫଳ ହେଲେ । ତାହେଲେ ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନେ ନମାଜ ପଢ଼ିବା ସମୟରେ ମସଜିଦ ଆଗରେ ବଡ଼ ବଡ଼ ସ୍ପିକର ଲଗାଇ ହନୁମାନ ଚାଳିଶା ସହିତ ଭଜନ ବଜାଇବେ । ତେବେ ଆଜି ଏହି ଅବଧି ଶେଷ ହେବାକୁ ଯାଉଥିବାରୁ ମୁମ୍ବାଇ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅନେକ କାର୍ଯ୍ୟାଳୟର ଅଧିକାରୀଙ୍କୁ 149ଟି ନୋଟିସ ଜାରି କରିଛି।

ନୋଟିସ ସତ୍ତ୍ୱେ ମୁମ୍ବାଇରେ ଆଜି ଲାଉଡସ୍ପିକର ଲଗାଇ ହନୁମାନ ଚାଲିସା ପାଠ କରାଯାଇଛି । ମୁମ୍ବାଇର ଚାରକୋର ଅଞ୍ଚଳରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଲିସା ପାଠ କରାଯାଇଛି । ଆଜି ଭୋର ସକାଳୁ ଏହି ଅଞ୍ଚଳରେ କିଛି ଲୋକ ହନୁମାନ ଚାଲିସା ଲାଉଡସ୍ପିକର ମାଧ୍ୟମରେ ବଜାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।

Related Posts