‘ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହେଁ, ସେ ସମସ୍ତଙ୍କର ଭଗବାନ’: ଫାରୁକ୍‌ ଅବଦୁଲ୍ଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିକଟରେ ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ପଦ ଛାଡ଼ିଥିବା ଫାରୁକ୍‌ ଅବଦୁଲ୍ଲା ଭଗବାନ ରାମଙ୍କୁ ସମଗ୍ର ବିଶ୍ୱର ଭଗବାନ କହିଛନ୍ତି। ସେ ଏକ ସାର୍ବଜନିକ ସଭାକୁ ସମ୍ୱୋଧିତ କରି ଲୋକଙ୍କୁ କହିଛନ୍ତି ଯେ, ନେତା ଧାର୍ମିକ ବିଭାଜନ ସୃଷ୍ଟି କରିଥାନ୍ତି । ଆଜିର ସମୟ ମନ୍ଦିର ଓ ମସଜିଦ ମଧ୍ୟରେ ଲଢ଼େଇର ସମୟ ନୁହେଁ। ସବୁ ଧର୍ମ ଭଲ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଭାବନ୍ତି ରାମ କେବଳ ତାଙ୍କର , ମୁଁ ତାଙ୍କୁ କହିବାକୁ ଚାହୁଁଛି କି ଭଗବାନ ରାମ ପୂରା ବିଶ୍ୱର ଭଗବାନ। କେବଳ ହିନ୍ଦୁଙ୍କର ଭଗବାନ ନୁହେଁ, ସେ ତାଙ୍କର ବି ଭଗବାନ, ଯିଏ ଭଗବାନଙ୍କୁ ବିଶ୍ୱାସ କରନ୍ତି। କିନ୍ତୁ ଯେଉଁ ଲୋକ କୁହନ୍ତି କି ରାମ ଆମର , ତ ତାଙ୍କୁ ମୁଁ କହିବାକୁ ଚାହୁଁଛି ରାମ ସମସ୍ତଙ୍କର , କେବଳ ଆପଣଙ୍କର ନୁହେଁ । ଆମେ ସମସ୍ତଙ୍କୁ ବୁଝାଉଛୁ କି ଏକାଠି ଚାଲିବା ଓ ଧର୍ମକୁ ମଧ୍ୟ ଦୃଢ଼ କରିବା।

ନ୍ୟାସନାଲ କନଫ୍ରେନ୍ସର ଏହି ବରିଷ୍ଠ ନେତା କହିଛନ୍ତି ଯେ, ପିଲାଙ୍କୁ ଠିକ୍‌ ଧର୍ମ ଶିଖାନ୍ତୁ। କୌଣସି ଧର୍ମ କହେ ନାହିଁ କି ଚୋରି , ବେଇମାନ ଓ ଦୁଷ୍କର୍ମ କର । ଧର୍ମ କହେ ଠିକ୍‌ କାମ କର। କୌଣସି ଧର୍ମ ଖରାପ ନୁହେଁ। , ମଣିଷ ଖରାପ। ଯେବେ ମୁଁ ନିଜର ଧର୍ମ କଣ ଶିଖି ପାରିବି , ସେତେବେଳେ ଅନ୍ୟ ଧର୍ମ ଖରାପ ଲାଗିବ ନାହିଁ। ଏହି ଲୋକେ ନିର୍ବାଚନରେ ବ୍ୟବହାର କରୁଛନ୍ତି ଏହି କଥା କି ହିନ୍ଦୁ ବିପଦରେ। ଦେଶରେ ୮୦ପ୍ରତିଶତ ହିନ୍ଦୁ ଅଛନ୍ତି , କେମିତି ବିପଦରେ। ଯିଏ ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି , ତାଙ୍କୁ ଡ଼ରନ୍ତୁ ଓ ଭଗବାନଙ୍କୁ ସଠିକ୍‌ ମାର୍ଗ ଦେଖାଇବାକୁ ପ୍ରାର୍ଥନା କରନ୍ତୁ।

ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ସେ କେବେ ପାକିସ୍ତାନ ସହ ହାତ ମିଳାଇ ନାହାନ୍ତି। ନ୍ୟାସନାଲ କନଫ୍ରେନ୍ସ କେବେ ପାକିସ୍ତାନର ପକ୍ଷ ନେଇ ନାହିଁ। ଜିନ୍ନା ମୋ ପିତାଙ୍କୁ ଭେଟିବାକୁ ଆସିଥିଲେ, ହେଲେ ଆମେ ତାଙ୍କ ସହ ହାତ ମିଳାଇବାକୁ ମନାକରି ଦେଲୁ। ଅବଦୁଲ୍ଲା କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ କି ସେମାନେ କେନ୍ଦ୍ର ଶାସିତ ରାଜ୍ୟରେ ନିଜର କଥା ପୂରଣ କରିନାହାନ୍ତି। ସେ କହିଛନ୍ତି ଆମକୁ ଏଠାରେ ୫୦ହଜାର ଚାକିରି ପାଇଁ କଥା ଦିଆଯାଇ ଥିଲା । ତାହା କୁଆଡ଼େ ଗଲା ? ଆମର ଡାକ୍ତର , ନର୍ସ ,ପାରାମେଡିକାଲ ଷ୍ଟାଫ୍‌ ଓ ଆମର ପିଲା ସବୁ ବେକାର ବୋଲି କହି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Related Posts