ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିିକା : ପୁଣି ଥରେ ପ୍ରଥମ ସ୍ଥାନରେ ଆଇଆଇଟି ମାଡ୍ରାସ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନର ତାଲିକା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗସ୍ ଫ୍ରେମୱର୍କ (NIRF) ଜାରି କରିଛନ୍ତି। ଲଗାତାର ତୃତୀୟ ବର୍ଷ ପାଇଁ ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନ ଅଧିକାର କରିଛି। ସେହିପରି ନବମ ଓ ଦଶମ ସ୍ଥାନରେ ରହିଛି ଦେଶର ଅନ୍ୟତମ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଜେଏନୟୁ ଏବଂ ବିଏଚୟୁ । ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ରେକିଙ୍ଗ ଫ୍ରେମୱର୍କ ପ୍ରତିବର୍ଷ ଟପ୍ ୧୦ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ କରିଥାଏ ।ଯେଉଁଥିରେ ୮ଟି ଆଇଆଇଟି ରହିଥିବା ବେଳେ ୨ଟି ଏନଆଇଟି ରହିଛି। 

ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟରେ  ଆଇଆଇଟି ବେଙ୍ଗାଲୁରୁ, ତୃତୀୟରେ ଆଇଆଇଟି ବମ୍ବେ, ଦିଲ୍ଲୀ, କାନପୁର, ଖଡଗପୁର, ରୁରକି, ଗୌହାଟି ପରେ ନବମ ସ୍ଥାନରେ ଜେଏନୟୁ ଏବଂ ଦଶମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି । ତେବେ ବିଶ୍ୱବିଦ୍ୟାଳୟ ଶ୍ରେଣୀରେ ପୁଣିଥରେ ବେଙ୍ଗାଲୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ଜେଏନଏୟ ଓ ତୃତୀୟରେ ବିଏଚୟୁ ଅଛି । ଚତୁର୍ଥରେ କୋଲକାତା ବିଶ୍ୱବିଦ୍ୟାଳୟ ରହିଛି ।

ସେହିପରି କୋଏମ୍ବାଟୁରର ଅମୃତ ବିଶ୍ୱ ବିଦ୍ୟାପୀଠମ୍ ପଞ୍ଚମ, ଜାମିଆ ମିଲିଆ ଇସ୍‌ଲାମିଆ ଷଷ୍ଠ, ମଣିପାଲ ଆକାଡେମୀ ଅଫ୍ ହାୟର ଏଜୁକେସନ୍‌ ସପ୍ତମ, କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଅଷ୍ଟମ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ନବମ ଓ ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି।

ମ୍ୟାନ୍‌ଜେମଣ୍ଟରେ ଆଇଆଇଏମ୍ ଅହମଦାବାଦ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଆଇଆଇଏମ୍ ବେଙ୍ଗାଲୁରୁ ଦ୍ୱିତୀୟ, ଆଇଆଇଏମ୍ କୋଲକାତା ତୃତୀୟ, ଆଇଆଇଏମ୍ କୋଝିକୋଡେ ଚତୁର୍ଥ ଓ ଆଇଆଇଏମ୍ ଦିଲ୍ଲୀ ପଞ୍ଚମ ସ୍ଥାନ ହାସଲ କରିଛି।

Related Posts