ଦେଶର ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ତେବେ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନରୱଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ବ ନିର୍ବାହ କରୁଥିଲେ। ଲେଫ୍ନାଣ୍ଟ୍ ଜେନେରାଲ୍ ସି.ପି. ମହାନ୍ତି ଅବସର ଗ୍ରହଣ କରିବା ପରେ ଗତ ଫେବ୍ରୁଆରି ମାସରେ ସେ ଉକ୍ତ ପଦବୀରେ ନିଯୁକ୍ତି ପାଇଥିଲେ। ସେପଟେ ଭାରତୀୟ ସେନାର ଶୀର୍ଷ ପଦବୀରେ ନିଯୁକ୍ତି ପାଇବାରେ ଜେନେରାଲ୍ ପାଣ୍ଡେ ହେଉଛନ୍ତି ‘କର୍ପସ୍ ଅଫ୍ ଇଞ୍ଜିନିୟର୍ସ’ ବା ‘ସାପର୍ସ’ର ପ୍ରଥମ ଅଧିକାରୀ।

ପୂର୍ବରୁ ‘ସାପର୍ସ’ର ଅଧିକାରୀମାନେ କମାଣ୍ଡର୍ ଓ ଉପ-ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଦ୍ଧା କଦାପି ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇ ନ ଥିଲେ। ୧୯୬୨ ମସିହା ମେ ୬ ତାରିଖରେ ଜନ୍ମିତ ଜେନେରାଲ୍ ପାଣ୍ଡେ ହେଉଛନ୍ତି ୨୯ତମ ସେନାମୁଖ୍ୟ ଯେ, ୨ ବର୍ଷରୁ ଅଧିକକାଳ ପଦବୀରେ ରହିବେ। ନିୟମ ଅନୁସାରେ, ‘ସର୍ଭିସ୍ ଚିଫ୍’ମାନଙ୍କ କାର‌୍ୟ୍ୟକାଳ ସାଧାରଣତଃ ୩ ବର୍ଷ। କିନ୍ତୁ, ତାହା ପୂର୍ବରୁ ଯଦି ତାଙ୍କୁ ୬୨ ବର୍ଷ ପୂରି ଯାଉଥିବ, ସେ ଅବସର ଗ୍ରହଣ କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts