ସେମାନଙ୍କୁ ଆଜାଦି ଦେଇଦିଅ; ବହୁତ ଜଳଦିରେ ଅଛନ୍ତି; କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏକ ପୁରୁଣା ଭିଡିଓକୁ ସେୟାର କରି ଏପରି ଲେଖିଲେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଶ୍ମୀରର ପଣ୍ଡିତମାନଙ୍କୁ କରାଯାଇଥିବା ଅତ୍ୟାଚାର ଓ କିପରି ତାଙ୍କୁ ବିତାଡ଼ିତ କରାଯାଇଥିଲା ସେ ନେଇ ଦ କାଶ୍ମୀର ଫିଲ୍ମ ନିର୍ମିତ ହୋଇଛି । ଏହା ମଧ୍ୟରେ ଏହି ଫିଲ୍ମକୁ ନେଇ ଅନେକ ଯାଗାରେ ସମର୍ଥନ ମିଳୁଥିବାବେଳେ ଅନେକ ଲୋକ ଏହାକୁ ନେଇ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏପରିକି ଏହି ଫିଲ୍ମଟି ସମାଜ ପାଇଁ ଭଲ ନୁହଁ ବୋଲି ମଧ୍ୟ କହୁଛନ୍ତି । ଏସବୁ ମଧ୍ୟରେ କାଶ୍ମୀର ପଣ୍ଡିତ, ଅଶୋକ ପଣ୍ଡିତ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏକ ଭିଡିଓ ଟ୍ୱିଟରରେ ସେୟାର କରିଥିବାର ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଗୋଟିଏ ସଭାରେ ପହଞ୍ଚିଥିବା ଦିଗବିଜୟ ସିଂହଙ୍କ ଆଗରେ ଆଜାଦିର ସ୍ଲୋଗାନ ଦିଆଯାଉଛି। ଏପରିକି ଦିଗବିଜୟ ସିଂହଙ୍କ ପାଖରେ ଠିଆ ହୋଇଥିବା ମହିଳା ଆଜାଦିର ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ କଂଗ୍ରେସ ନେତା ତଥା ସେଠାରେ ଉପସ୍ଥିତ ଜନତା ମଧ୍ୟ ଏହି ସ୍ଲୋଗାନରେ ଜଡିତ ଅଛନ୍ତି। ଭିଡିଓ ସେୟାର କରି ଅଶୋକ ପଣ୍ଡିତ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରିଛନ୍ତି । ଅଶୋକ ପଣ୍ଡିତ ଲେଖିଛନ୍ତି ଯେ କାଶ୍ମୀର ଫାଇଲ୍ସ ଏହି ଜାତୀୟ ବିରୋଧୀ ବାହିନୀର ଉତ୍ତର ଅଟେ । ଯେଉଁମାନେ ୨୬/୧୧ ଆକ୍ରମଣ ପାଇଁ ହିନ୍ଦୁମାନଙ୍କୁ ଦାୟୀ କରୁଥିଲେ ସେମାନେ ମଧ୍ୟ ଏହିପରି ଦୁଷ୍କର୍ମ କରୁଥିବା ଜଣା ପଡିଛି। ଲୋକମାନେ ଅଶୋକ ପଣ୍ଡିତଙ୍କ ଏହି ଟ୍ୱିଟରେ ନିଜର ମତାମତ ମଧ୍ୟ ଦେଉଛନ୍ତି। ଗାରିମା ପାଣ୍ଡେ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ବେନଜିର ପାକିସ୍ତାନ ସହିତ ଏହିପରି କଥା ହେଉଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts