ବିଧାୟକ ଜିଗ୍ନେସ ମେଭାନୀଙ୍କୁ ମିିଳିଲା ଜାମିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାୟକ ଜିଗ୍ନେସ ମେଭାନୀଙ୍କୁ ମିିଳିଲା ଜାମିନ । ତେବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯାଗରେ ଗିରଫ ହୋଇଥିବା ଜିଗ୍ନେସଙ୍କୁ ଆସାମ ବାରପେଟା ଜିଲ୍ଲାର ଏକ ସ୍ଥାନୀୟ ଓଦାଲତ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ କୋର୍ଟ ଏହି ମାମଲାରେ ତାଙ୍କୁ ୫ ଦିନ ପାଇଁ ହେପାଜତକୁ ପଠାଇଥିଲେ । ତେବେ କିଛି ଔପକଚାରିକତା କାରଣରୁ ଏପ୍ରିଲ ୩୦ରେ ସେ ଜେଲରୁ ମୁକୁଳିବେ ବୋଲି ତାଙ୍କ ଓକିଲ ଅଙ୍ଗସୁମନ ଆଶାବ୍ୟକ୍ତ କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିବା ଅଭିଯୋଗରେ ଗିରଫ ହୋଇଥିବା ଗୁଜୁରାଟର ବିଧାୟକ ଜିଗ୍ନେସ ମେଭାନୀଙ୍କୁ ଆସାମର କୋକରାଝ କୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ଜାମିନ ପାଇବା ପରେ ତାଙ୍କୁ ଆସାମ ପୁଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପୁଣି ଗିରଫ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts