୬ ମାସରେ ୪ଟି ସେମିଷ୍ଟର ପରୀକ୍ଷାକୁ ବିରୋଧ, ଉତ୍କଳ ୟୁନିଭରସିଟି ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ବିରୋଧ ପ୍ରଦର୍ଶନ କଲେ ଆଇନ ଛାତ୍ରଛାତ୍ରୀ । ଏମିତି ତରବରିଆ ଭାବରେ ୟୁନିଭରସିଟିର ୬ମାସ ମଧ୍ୟରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହା ବାର କାଉନ୍‌ସିଲ ନିୟମ ଉଲ୍ଲଂଘନ କରୁଛି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ମଧୁସୂଦନ , କ୍ୟାପିଟାଲ, ଦ ଲ କଲେଜ ଓ ବାଣୀବିହାର ଲ କଲେଜ ଛାତ୍ରଛାତ୍ରୀମାନେ ଏହି ବିକ୍ଷୋଭରେ ସାମିଲ୍ ହୋଇଛନ୍ତି । ଅଫଲାଇନ ପରୀକ୍ଷା ବାତିଲ କରି  ୭, ୮, ୯, ୧୦ ସେମିଷ୍ଟର ଅନଲାଇନରେ କରିବାକୁ ନେଇ କୁଳପତିଙ୍କ ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାନଗଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଆଇନ ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି। 

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ । ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୫ରେ ବସିବାକୁ ଥିବା ପରୀକ୍ଷା କମିଟିରେ ନିଷ୍ପତ୍ତି ନିଆଯିବ । 

Related Posts