ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ; ୭ ଅଧିକାରୀଙ୍କୁ ନୂଆ ଦାୟିତ୍ବ, ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ। ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି। ଅପରପକ୍ଷରେ ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନର ଓ ବି ପରମେଶ୍ବରନ ଚକବନ୍ଦୀ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି।

ଠିକ୍ ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜ୍ୟୋତିପ୍ରକାଶ ଦାସ ହୋଇଛନ୍ତି ସ୍ପେସାଲ ପ୍ରୋଜେକ୍ଟ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ନିର୍ଦ୍ଦେଶକ । ଏହାସହ ସେ ଆରଓଟିଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ସ୍ପେଶାଲ ପ୍ରୋଜେକ୍ଟ, ପିଆର ଆଣ୍ଟ ଡି ଡବ୍ଲୁ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏଣେ ଇନ୍ଦ୍ରମଣି ତ୍ରିପାଠୀ ଏସସି ଓ ଏସଟି ବିଭାଗର ନିର୍ଦେଶକ ଓ ସୁବ୍ରତ ଶତପଥୀଙ୍କୁ ରେଜିଷ୍ଟ୍ରେସନ ବିଭାଗର ଇନସ୍ପେକ୍ଟର ଜେନେରାଲ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

Related Posts