ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ବିସ୍ଫୋରଣ; ଜଣେ ମୃତ, ୧୨ ଜଣ ଆହତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ବିସ୍ଫୋରଣ । ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ତେବେ ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଏବେ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନିଆଯାଇଥିବା ବେଳେ ବିସ୍ଫୋରଣ ପଛର କାରଣ ଏବଂ କେନ୍ଦ୍ରସ୍ଥଳ ଖୋଜିବା ଆରମ୍ଭ କରିଛି ପୁଲିସ। ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଏଫଏସଏଲ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏବଂ ଯାଞ୍ଚ କରୁଛନ୍ତି । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପରିବା ବିକାଳି ଏକ ଷ୍ଟଲ୍ରେ ଏହି ବିସ୍ଫୋରଣ ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ଉଧମପୁରର ତହସିଲଦାର କାର୍ୟ୍ୟାଳୟ ନିକଟରେ ଥିବା ରେହରୀରେ ବିସ୍ଫୋରଣ ଘଟିଛି।

ଜଣକର ମୃତ୍ୟୁ ହୋଇଥିବା ସହ ୧୩ଜଣ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ପଛର କାରଣ ଏବଂ କେନ୍ଦ୍ରସ୍ଥଳ ଖୋଜିବା ପାଇଁ ତଦନ୍ତ ଚାଲିଛି। ଏବେ କିଛି କହିବା ସମ୍ଭବ ହେବ ନାହିଁ। ତେବେ ମାର୍ଚ୍ଚ ୭ରେ ଜମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ମୁଖ୍ୟ ବାଣିଜ୍ୟିକ ମାର୍କେଟ୍ ଅମିରା କାଦଲରେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୪ ଜଣ ଆହତ ହୋଇଥିଲେ। ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ଏବଂ ୧୨ ଜଣ ମହିଳା ଥିବା ଜଣାପଡ଼ିଥିଲା। ଏଘଟଣାଟି ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇ ଉଠିଛି ।

Related Posts