ଜମି ଜାଲିଆତି : ଢେଙ୍କାନାଳ ତତ୍କାଳୀନ ଅତିରିକ୍ତ ତହସିଲଦାରଙ୍କ ସମେତ ୫ ଜଣ ଅଟକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏ ବାଟିଆ ଜମି କେଳେଙ୍କାରୀ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଜମି କେଳେଙ୍କାରୀ ମାମଲାରେ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୫ଜଣ ବ୍ଯକ୍ତିଙ୍କୁ ଉଠାଇଆଣିଛି। ସେମାନଙ୍କୁ ଟାଉନ୍ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବାର ସୂଚନା ରହିଛି। 

ଅଭିଯୋଗ ଅନୁଯାୟୀ , ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟର କିଶମ ପରିବର୍ତ୍ତନ କରି ଜମି ଦଲାଲଙ୍କ ହାତରେ ଟେକି ଦେଇଛନ୍ତି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ । ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ କିପର ଓ ଆବେଦନକାରୀ ଜମି ଦଲାଲଙ୍କ ସମେତ ୧୨ଜଣଙ୍କ ନାମରେ ସଙ୍ଗୀନ ମାମଲା ରୁଜୁ କରାଯାଇଛି ।

Related Posts