ଲାଣ୍ଡ ଫର ଜବ ସ୍କାମ; ଲାଲୁ, ରାବଡି ଓ ତେଜସ୍ୱୀଙ୍କୁ ଜାମିନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲାଣ୍ଡ ଫର ଜବ ସ୍କାମ ବା ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।

କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିିକାରେ ସେମାନଙ୍କ ଜାମିନ ମଞ୍ଜୁର କରିଚନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ ତାରିଖରେ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, 2004ରୁ 2009 ମଧ୍ୟରେ ୟୁପିଏ ସରକାର ସମୟରେ ଲାଲୁ ଯାଦବ କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିଲେ | ସେହି ସମୟରେ ସେ ଜମି ନେଇ କିଛି ଜଣଙ୍କୁ ରେଲୱେରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା |

Related Posts