୧୦ ଲକ୍ଷ ରେ ଗୋଟିଏ, ବ୍ରିଟେନ ରେ ୫ ଗୋଡ଼ିଆ ମେଣ୍ଢା ଛୁଆ ଜନ୍ମ

ବ୍ରିଟେନର ନର୍ଥମ୍ବର୍ଲାଣ୍ଡରେ ଏକ ବିରଳ ମେଣ୍ଢା ଛୁଆ ଜନ୍ମ ହୋଇଛି | ଯାହାର ୫ଟି ଗୋଡ ରହିଛି | ୧୦ ଲକ୍ଷ ଛୁଆଙ୍କ ମଧ୍ୟରେ ଏହିପରି ବିରଳ ଛୁଆ ଜନ୍ମ ନିଅନ୍ତି | ପାଞ୍ଚ ଗୋଡର ମେଣ୍ଢା ଟା ଅତ୍ୟନ୍ତ ବିରଳ ଏବଂ 25 ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ଦେଖିବାକୁ ମିଳିଛି |

ହେଥର କହିଛନ୍ତି: “ଏହା ଜନ୍ମ ହେବା ମାତ୍ରେ ଏହାର ଅତିରିକ୍ତ ଗୋଡ଼ଟି ଆଗ ବାମ ପାର୍ଶ୍ୱରେ ରହିଛି | ଏହା ଅନ୍ୟ ଏକ ଗୋଡ ଯାହା କାନ୍ଧରୁ ବାହାରିଥାଏ | ଏବେ ସେ ସାଧାରଣ ଜୀବନଯାପନ କରୁଥିବା ବେଳେ, ଆମେ ତା ଉପରେ ନଜର ରଖିଛୁ | ଯଦି କିଛି ଅସୁବିଧା ହୁଏ ତେବେ ଅତିରିକ୍ତ ଗୋଡ ଟିକୁ ଶରୀର ମଧ୍ୟରୁ ବାହାର କରିବା ପାଇଁ ଆମେ ଚେଷ୍ଟା କରିବୁ | ଏହି ମେଣ୍ଢା ସାବକ ଫେବୃଆରୀ ମାସ ୨ ତାରିଖରେ ଜନ୍ମ ଗ୍ରହଣ କରିଛି |

ପୂର୍ବରୁ ମଧ୍ୟ ାଇଟହାଉସ୍ ଫାର୍ମରେ ପାଞ୍ଚ ଗୋଡ ବିଶିଷ୍ଟ ଆଉ ଏକ ମେଣ୍ଢା ଛୁଆ ଜନ୍ମ ହୋଇଥିଲା |
ତା ଶରୀରରୁ ଅତିରିକ୍ତ ଅଙ୍ଗ କୁ ଅଲଗା କରାଯାଇଥିବା | ପରେ ସେ ସୁସ୍ଥ ଜୀବନ ଯାପନ କରିବା ସହ ମେଣ୍ଢା ଶାବକକୁ ମଧ୍ୟ ଜନ୍ମ ଦେଇଥିଲା |

Related Posts