କୋଭିସିଲ୍ଡ ଟିକାକୁ ନେଇ ପରିବର୍ତ୍ତନ ହେବ ସମୟ ବ୍ୟବଧାନ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କରୋନା କୁ ମାତ୍ ଦେବା ପାଇଁ ଜୋର୍ ଧରିଛି ଟୀକାକରଣ ପକ୍ରିୟା । ତେବେ ଟୀକାକରଣ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେବା କୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆରଂଭ ହୋଇଯାଇଛି ପ୍ରସ୍ତୁତି । ଖାସ କରି କୋଭିସିଲ୍ଡ ଟିକାକୁ ନେଇ ନିୟମରେ ପରିବର୍ତ୍ତନ କରାଯିବ । କୋଭିସିଲ୍ଡ ଟିକା ପ୍ରଦାନରେ ଥିବା ସମୟ ବ୍ୟବଧାନକୁ ପରିବର୍ତ୍ତନ କରାଯିବା ନେଇ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜାଇସେନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି ।

ତେବେ ପୂର୍ବରୁ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେବା ପରେ ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ ପାଇଁ ସମୟ ରହିଥିବା ବେଳେ ଏହାକୁ ୮ର ୧୬ ସପ୍ତାହ କରିବାକୁ ଯାଉଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏଥିସହ ଗତ ବର୍ଷ ୧୩ ମଇ ୨୦୨୧ରେ କେନ୍ଦ୍ର ସରକାର କୋଭିସିଲ୍ଡ ଦ୍ବିତୀୟ ଡୋଜ ନେବା ଲାଗି ୬ରୁ ୮ ସପ୍ତାହ ଥିବା ବେଳେ ଏହାକୁ ୧୨ରୁ ୧୬ ସପ୍ତାହକୁ ପରିବର୍ତ୍ତନ କରିଥିଲେ । ଏଥିପାଇଁ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜାଇସେନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ ।ଏପଟେ ଓମିକ୍ରନ ଏବଂ ୟୁରୋପ ସମେତ ଅନ୍ୟ ଦେଶରେ କୋଭିଡ ସଂକ୍ରମଣ ବଢୁଥିବା କାରଣରୁ ଭାରତରେ ଟୀକାକରଣ କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିବାକୁ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜାଇସେନ ଏହି ପ୍ରସ୍ତାବ ଦେଇଛି ।

Related Posts