କୋଭିଡ୍‌ କଟକଣା ମଧ୍ୟରେ ପାଳନ ହେବ ୭୪ତମ ସ୍ୱାଧୀନତା ଦିବସ, ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କୋହଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାରା ଦେଶ ପାଳନ କରିବାକୁ ଯାଉଛି ୭୪ ତମ ସ୍ବାଧୀନତା ଦିବସ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରୁଛନ୍ତି । ଚଳିତବର୍ଷ ଅଗଷ୍ଟ ୧୫ ତାରିଖ ରବିବାର ପଡ଼ୁଥିବା ହେତୁ ସ୍ବାଧୀନତା ଦିବସ କିଭଳି ପାଳନ କରାଯିବ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ।

ତେବେ ଶନିବାର ଦିନ ଅଗଷ୍ଟ ୧୫ ତାରିଖ (ରବିବାର) ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ କଟକଣା ସହ ରାଜ୍ୟରେ ପତାକା ଉତ୍ତୋଳନ ହେବ । ଆସନ୍ତା ଅଗଷ୍ଟ ୧୫ ତାରିଖ ରବିବାର ଦିନ ପୁରୀ, କଟକ ଏବଂ ଭୁବନେଶ୍ବରରେ କଟକଣା ୫ ଘଣ୍ଟା କୋହଳ କରାଯିବ ।

ଦିନ ୧୧ ଟା ଯାଏଁ କଟକଣା କୋହଳ ହେବା ନେଇ ଏସ୍‌ଆର୍‌ସିଙ୍କ ଗାଇଡଲାଇନରେ କୁହାଯାଇଛି। ଅଗଷ୍ଟ ଗାଇଡଲାଇନରେ ସଂକ୍ରମଣ ବଢୁଥିବାରୁ ପୁରୀ, କଟକ ଏବଂ ଭୁବନେଶ୍ବର ସହରରେ ଶିନିବାର ଏବଂ ରବିବାର ୨ ଦିନିଆ ସଟ୍‌ଡାଉନ ବଳବତ୍ତର ରଖିଥିଲେ ରାଜ୍ୟ ସରକାର। କିନ୍ତୁ ସ୍ବାଧୀନତା ଦିବସ ପାଇଁ ଏଥିରେ ସାମାନ୍ୟ କୋହଳ କରିଯାଇଛି ।

ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । ପତାକା ଉତ୍ତୋଳନ ବେଳେ ୧୦ରୁ ଅଧିକ ଲୋକଙ୍କ ଏକତ୍ର ହୋଇପାରିବେ ନାହିଁ। କିନ୍ତୁ ଭୁବନେଶ୍ୱର, କଟକ ଓ ପୁରୀ ବାହାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୨୦ ଜଣଙ୍କୁ ଅନୁମତି ମିଳିଛି । ଗାଇଡଲାଇନ୍‌ରେ ସାମାଜିକ ଦୂରତା ଓ ମାସ୍କର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ପତାକା ଉତ୍ତୋଳନ ସ୍ଥଳକୁ ଠିକ୍‌ ଭାବରେ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Posts