କୋରାପୁଟ ଜିଲ୍ଲା ନାରାୟଣପାଟଣା-ବୋରଗି ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଲା ଗାଡି, ଡ୍ରାଇଭର ସମେତ ୧୪ ଜଣ ଆହତ

କୋରାପୁଟ ଜିଲ୍ଲା ନାରାୟଣପାଟଣା-ବୋରଗିଘାଟିରେ ଘଟିଛି ଅଘଟଣ | ଏକ ଯାତ୍ରବାହୀ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି | ଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୧୪ ଜଣ ଆହତ ହୋଇଛନ୍ତି | ଆହତ ମାନନ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ, ସମସ୍ତଙ୍କୁ ନାରୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ଏକ ସଫାରୀରେ ଯାତ୍ରୀମାନେ ନାରୟଣପାଟଣାରୁ ଇଚ୍ଛା ଗାଁକୁ ଯାଉଥିଲେ। ବୋରଗି ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ି ଉପରେ ଲୁହାକବାଟ ଲଦା ହୋଇଥିଲା। ଗାଡ଼ି ଓଲଟି ପଡ଼ିବାରୁ ଲୁହା କବାଟଗୁଡ଼ିକ ଲୋକମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ କାହାର ଗୋଡ଼ ଭାଙ୍ଗିଯାଇଥିଲା ତ କିଏ ଖଣ୍ଡିଆ ଖବରା ହୋଇଯାଇଥିଲା।

ଦୁଇ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଦେଖଣାହରି ମତପ୍ରକାଶ କରିଛନ୍ତି | ଅପରପକ୍ଷେ ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି |

Related Posts