ଶ୍ରୀମନ୍ଦିର ପ୍ରଶାସନ-ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ବୈଠକ; ଗର୍ଭଗୃହ, ନାଟମଣ୍ଡପର ହେବ ମରାମତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ-ପ୍ରତ୍ନତତ୍ତ୍ୱ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ବୈଠଳରେ ଗର୍ଭଗୃହ, ନାଟମଣ୍ଡମ, ଭୋଗମଣ୍ଡପ, ରୋଷଘର ଆଦିର ଆବଶ୍ୟକ ମରାମତି ହେବ ଏବଂ ଶ୍ରୀମନ୍ଦିର ବାହାର ପାର୍ଶ୍ବର ବି ଆବଶ୍ୟକ ମରାମତି କରିବାର ନିଷ୍ପତ୍ତି ନିଆଯାଇଛି । ଏପରିକି ସବୁ କାମର ଭିଡିଓଗ୍ରାଫି କରାଯିବ ବୋଲି ସୂଚନା ମିଳିଛି । ଗତବର୍ଷ ରଥଯାତ୍ରା ସମୟରେ ଗର୍ଭଗୃହକୁ ବାଦ୍ଦେଲେ ଶ୍ରୀମନ୍ଦିର ଭିତର ଓ ବାହାରର ବିଭିନ୍ନ ସ୍ଥାନର ଲେଜର୍ ସ୍କାନିଂ କରାଯାଇଥିଲା। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଏହାର ରିପୋର୍ଟ ପ୍ରଦାନ କରିନି। ଲେଜର ସ୍କାନିଂରୁ କ’ଣ ସ୍ଥିତି ଜଣାପଡ଼ୁଛି, ତାହା ଅବଗତ କରିନି।

ଏହାକୁ ନେଇ ଆଜିର ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍ଶୀଘ୍ର ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ଏହି ରିପୋର୍ଟ ଦାଖଲ ନ କରିବା ପର‌୍ୟ୍ୟନ୍ତ ଶ୍ରୀମନ୍ଦିର ଗର୍ଭଗୃହ ଓ ଅନ୍ୟାନ୍ୟ ସ୍ଥାନର ଲେଜର ସ୍କାନିଂ ନ କରିବାକୁ ନିଷ୍ପତ୍ତି ହୋଇଛି।ଆଜି ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ବିଭିନ୍ନ ମରାମତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts