ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହା

ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ):  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆଇସିସିର ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ସେ ଆସନ୍ତା ଡିସେମ୍ବର ୧ରୁ ଏହି ଦାୟିତ୍ବ ଗ୍ରହଣ କରିବେ । 

ଜୟ ଶାହା ଗତ ୨୦୧୯ ଅକ୍ଟୋବରରୁ ବିସିସିଆଇ ସଚିବ ଓ ଜାନୁଆରି ୨୦୨୧ରୁ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ପ୍ରାର୍ଥୀ ନ ହେବା ପରେ ଜୟ ଶାହା ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

Related Posts