ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବିଧିବଦ୍ଧ ଭାବେ ଧନଖଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରିଙ୍କ ସମେତ ବିଜେପିର ବହୁ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।ଜୁଲାଇ ୧୬ରେ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରାଯାଇଥିଲା । ତାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ।
ସୂଚନା ଅନୁସାରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କର କାର୍ଯ୍ୟକାଳ ଆଗାମୀ ଅଗଷ୍ଟ ୧୦ ତାରିଖ ରେ ଶେଷ ହେବାକୁ ଯାଉଛି । ସେଥିପାଇଁ ଅଗଷ୍ଟ ୬ତାରିଖ ରେ ଆଗାମୀ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଓ ନୂତନ ଉପରାଷ୍ଟ୍ରପତି ଅଗଷ୍ଟ ୧୧ ତାରିଖ ରେ ଶପଥ ନେବେ।