(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ପ୍ରକିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଲୋକଙ୍କ ପାଖରେ ଟୀକା ପହଞ୍ଚି ପାରୁନାହିଁ । ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦେଶରେ ଟୀକା ଉତ୍ପାଦନ ତଥା ଅନ୍ୟାନ୍ୟ ଚାହିଦା ପୂରଣ କରିବା ପାଇଁ କୋଭାକ୍ସିନ ଟେକ୍ନୋଲୋଜି ବାଣ୍ଟିବାକୁ ଭାରତ ବାୟୋଟେକକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ତେବେ ବର୍ତ୍ତମାନ ଏହି ଟିକାର ମୋଟ ଉତ୍ପାଦନ କ୍ଷମତା ଦେଶର ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇପାରୁନାହିଁ । ଯଦି ଏହି ବେଗରେ ଟୀକାକରଣ ଚାଲେ ତାହାଲେ ସମସ୍ତଙ୍କୁ ଟୀକାକରଣ କରିବା ପାଇଁ ଅନେକ ମାସ ଲାଗିବ ବୋଲି ଅନୁମାନ କରାଯାଉଛି । ଏପରିସ୍ଥିତିରେ କୋଭାକ୍ସିନ୍ ଉତ୍ପାଦନକୁ ବୃଦ୍ଧି କରିବାକୁ ହେବ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହା ସହ କୋଭ୍ୟାକ୍ସିନ୍ ଏବଂ ICMR-NIV ଉତ୍ପାଦନ ଟେକ୍ନୋଲୋଜି ସ୍ଥାନାନ୍ତର କରିବାକୁ ଭାରତ ବାୟୋଟେକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ଯେଉଁ କମ୍ପାନୀ ଗୁଡ଼ିକ ଟୀକା ପ୍ରସ୍ତୁତ କରିବାକୁ ଆଗ୍ରହୀ ଏବଂ ସକ୍ଷମ ସେହିପରି କମ୍ପାନୀ ଗୁଡ଼ିକୁ ଟୀକା ଉତ୍ପାଦନ କରିବା ପାଇଁ ଅନୁମତି ଦିଆଯାଉ । ଏପରି ହେଲେ ଖୁବ୍ କମ୍ ସମୟରେ ଅଧିକ ଟୀକା ଉତ୍ପାଦନ କରାଯାଇ ପାରିବ ଏବଂ ଟୀକାର ମୂଲ୍ୟ ମଧ୍ୟ କମ୍ ରହିବ । ତେବେ ଭାରତ ବାୟୋଟେକ ଏବଂ ଆଇସିଏମଆର ଉଭୟଙ୍କ ସହଯୋଗୀ ପ୍ରୟାସ ପରେ ଭାରତର ପ୍ରଥମ ସ୍ୱଦେଶୀ ବିକଶିତ କୋଭିଡ -19 ଟିକା ପ୍ରସ୍ତୁତ ହୋଇଥିଲା । ଏଥିରେ SARS-CoV-2 ଷ୍ଟ୍ରେନ୍ ବ୍ୟବହାର କରି ବିକଶିତ କରାଯାଇଥିଲା । ପୁଣେର NIV ରେ ପୃଥକ ଓ ଏହା ICMR ଅଧୀନରେ କାର୍ଯ୍ୟ କରେ | ଆଇସିଏମଆର ଏବଂ ଭାରତ ବାୟୋଟେକ ମିଳିତ ଭାବେ ଭାରତରେ କ୍ଲିନିକାଲ ଏବଂ ପ୍ରି-କ୍ଲିନିକାଲ ପରୀକ୍ଷା କରିଥିଲେ ।
Related Posts
-
Copyright © SatyaPatha2021