ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ସମୟରେ ନିଜ ମତ ରଖୁଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପୁଣି ଠାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ହିଁ ଭୁଲ ହୋଇଥିବା ସେ କହିଛନ୍ତି ।
ତେବେ ଏହି ଭୁଲ୍କୁ ସଂଶୋଧନ କରିବ କିଏ? ଯେଉଁମାନେ ଭୁଲ କରିଛନ୍ତି, ସେମାନେ ସଂଶୋଧନ କରିବେ। ନ ହେଲେ ନ୍ୟାୟାଳୟ କରିବ, ନ ହେଲେ ଯେଉଁମାନେ ଆଇନ ଦାୟିତ୍ୱରେ ଅଛନ୍ତି ସେମାନେ କରିବେ। ଏହି ତିନୋଟି ବାଟରୁ ସରକାରଙ୍କୁ ଏକ ବାଟ ବାଛିବାକୁ ପଡ଼ିବ।
ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏପରି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।
ସେ ଆହୁରି କହିଛନ୍ତି, ଆଇନ ଉଲ୍ଲଙ୍ଘନ କରି ବିକାଶ କରାଯାଇପାରିବ ନାହିଁ। ଆଇନ ପରିଧି ଭିତରେ ରହି କାମ କରିବା ଉଚିତ। ହାଇକୋର୍ଟଙ୍କ ପାଖରେ ସମସ୍ତ ତଥ୍ୟ ନାହିଁ। ସମସ୍ତ ତଥ୍ୟ ଥିଲେ ହାଇକୋର୍ଟ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ସାରନ୍ତେଣି।
ପୁରୀର ଐତିହ୍ୟ କିପରି ଅକ୍ଷୂର୍ଣ୍ଣ ରହିବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମୋ ପାଖରୁ ପରାମର୍ଶ ନେବା କଥା। ମୋ ସହ ସମୀକ୍ଷା କରି ଯଦି ପରିକ୍ରମା କାମ ଆରମ୍ଭ ହୋଇଥାନ୍ତା, ତାହା ହେଲେ ମୁଁ କିଛି କହିଥାନ୍ତି। ଯେଉଁମାନେ କାମ ଆରମ୍ଭ କଲେ, ସେମାନେ ମୋ ପାଖରୁ କୌଣସି ପରାମର୍ଶ ନେଇ ନାହାନ୍ତି। ମୁଁ କାହାକୁ ଏକାୟୁ ପରାମର୍ଶ ଦିଏ ନାହିଁ। ସବୁକଥା ଶୁଣି ପରିସ୍ଥିତି ଦେଖି ମୁଁ ମୁହଁ ଖୋଲିଥାଏ।