୧୦୦୦ ସାଥୀଙ୍କ ଭୋଟ ମିଳିବା ଏକ ଗୌରବର ବିଷୟ: ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନର ଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡ଼ଗେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଖଡ଼ଗେଙ୍କୁ ୭,୮୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କୁ ୧,୦୭୨ ଖଣ୍ଡ ଭୋଟ ମିଳିଛି। ଫଳ ପ୍ରକାଶ ପାଇବା ପାରେ ଶଶି ଥରୁର ତାଙ୍କ ପରାଜୟକୁ ଗ୍ରହଣ କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦୦୦ ସାଥୀଙ୍କ ଭୋଟ ମିଳିବା ଏକ ଗୌରବର ବିଷୟ।

ଏକ ବିବୃତ୍ତିରେ ଥରୁର କହିଛନ୍ତି ଯେ, ନିର୍ବାଚନର ଚୂଡ଼ାନ୍ତ ରାୟ ଖଡ଼ଗେଙ୍କ ସପକ୍ଷରେ ଥିଲା, ମୁଁ କଂଗ୍ରେସ ନିର୍ବାଚନରେ ​​ବିଜୟ ପାଇଁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। କଂଗ୍ରେସର ଅଧ୍ୟକ୍ଷ ପଦ ମିଳିବା ଅତ୍ୟନ୍ତ ସମ୍ମାନର ବିଷୟ, ଏହି ନିର୍ବାଚନରେ ​​ସଫଳତା ପାଇଁ ମୁଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଉଛି। ମୋତେ ମଧ୍ୟ ୧୦୦୦ ସାଥିଙ୍କ ଭୋଟ ମିଳିଛି, ଏହା ଏକ ଗୌରବର ବିଷୟ। ସମର୍ଥନ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। କଂଗ୍ରେସ ଅଧ୍ୟକ୍ଷ ପଡ ପାଇଁ ନିର୍ବାଚନ ଦଳକୁ ଆହୁରି ଅଧିକ ସୁଦୃଢ କରିବ ବୋଲି ସେ କହିଛନ୍ତି। ଏହାସହିତ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ଅବଦାନ ପାଇଁ ମୁଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୧୭ ଅକ୍ଟୋବରରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା।କଂଗ୍ରେସର ୯୫୦୦ରୁ ଉର୍ଦ୍ଧ ପ୍ରତିନିଧୀ ଦଳର ଅଧ୍ୟକ୍ଷ ଚୟନ କରିବାକୁ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ। କଂଗ୍ରେସ ମୁଖ୍ୟାଳୟ ସମେତ ଦେଶବ୍ୟାପୀ ପ୍ରାୟ ୬୮ ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଅନ୍ତରୀଣ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ଦଳର ବହୁ ପ୍ରତିନିଧୀ ଦଳର ନୂତନ ଅଧ୍ୟକ୍ଷ ଚୟନ କରିବାକୁ ସୋମବାର ଭୋଟ୍ ଦେଇଥିଲେ।

Related Posts