ବିନା ହେଲମେଟରେ ମନ୍ତ୍ରୀ ଓ ବିଧାୟକଙ୍କୁ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିନା ହେଲମେଟରେ ମନ୍ତ୍ରୀ ଓ ବିଧାୟକଙ୍କୁ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା । ତେବେ ୪ ଦିନିଆ ବାଲେଶ୍ୱର ଗସ୍ତରେ ଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ଖାସକରି ଜିଲ୍ଲାରେ ଥିବା ୫-ଟି ସ୍କୁଲ ପରିଦର୍ଶନ କରି କଣ ରହିଛି ସ୍ଥିତି ତାହାର ତଦାରଖ କରିଥିଲେ । ତେବେ ବାଇକରେ ବସି ସ୍କୁଲ ପରିଦର୍ଶନ କରିବାକୁ ଯାଉଥିଲେ ମଧ୍ୟ ହେଲମେଟ ପିନ୍ଧିନଥିଲେ । ବିଧାୟକ ସ୍ୱରୂପ ଦାସ ଗାଡି ଚଳାଉଥିବା ବେଳେ ପଛରେ ବସିଥିଲେ ମନ୍ତ୍ରୀ ସମୀର ଦାସ । କିନ୍ତୁ ଉଭୟ ବାଇକରେ ବସିଥିଲେ ମଧ୍ୟ ହେଲମେଟ ପିନ୍ଧିନଥିଲେ । ହେମକପଡା ଛକରେ ହେଲମେଟ ପିନ୍ଧିନଥିବାରୁ ଚାଲାଣ କଟିଥିଲା । ବାଇକ ମାଲିକଙ୍କ ନାଁରେ ଚାଲାଣ କଟିଥିଲା । ପରେ ଟ୍ରାଫିକ ଥାନାରେ ପହଞ୍ଚି ବିଧାୟକ ଫାଇନ ଗଣିଥିବା ସୂଚନା ମିଳିଛି ।

ହେଲମେଟ ପିନ୍ଧି ନଥିବାରୁ ୧୦୦୦ ଟଙ୍କାର ଫାଇନ ବିଧାୟକ ଭରିଥିବା ସୂଚନା ମିଳିଛି । ଏହାସହ ବାଲେଶ୍ୱର ଗସ୍ତ ସମୟରେ ବିଭିନ୍ନ ସ୍କୁଲ ବୁଲିବା ସହ ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କାର‌୍ୟ୍ୟଦକ୍ଷତା ସନ୍ତୋଷ ଜନକ ନ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମୀର ଦାସ। ଏହା ବ୍ୟତୀତ ରାସ୍ତାରେ ଯାଉଥିବା କିଛି ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା ହେବା ସହ ସେମାନଙ୍କୁ ଚକଲେଟ ଦେଇଥିଲେ। ମହାବୀର ନୋଡାଲ ସ୍କୁଲରେ ପାଠପଢା ଠିକ ରୂପେ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts