ବିଜେବି କଲେଜରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ନାମ ଲେଖାଇବା ପ୍ରସଙ୍ଗ; ୩ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ନାମ ଲେଖାଇବା ପଡ଼ିଲା ମାହାଙ୍ଗା। ଏନେଇ ଖବର ସାମ୍ନାକୁ ଆସିବା ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ। ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍‌ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ। ଏହାସହ ଏନେଇ ସାମ୍‌ସ ପୋର୍ଟାଲରେ ଅପଡେଟ୍‌ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଓକାକ୍‌ ମହାପ୍ରବନ୍ଧକଙ୍କୁ ସୁପାରିସ୍‌ କରାଯାଇଥିବା ସୂଚନା ମିଳିଛି।

Related Posts