ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାରେ ଇଣ୍ଟରମିଡିଏଟର ଇଂରାଜୀ ପ୍ରଶ୍ନପତ୍ର ଲିକ ଘଟଣା: ଡିଆଇଓଏସ୍‌ ସମେତ ୧୮ ଜଣ ଗିରଫ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାରେ ଇଣ୍ଟରମିଡିଏଟର ଇଂରାଜୀ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଲିକ ହେବା ଘଟଣାରେ ଆକ୍ସନ ନେଇଛି ପୋଲିସ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପୋଲିସ ଅଭିଯୁକ୍ତ ମାନକୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ବାଲିଆର ବ୍ରଜେଶ କୁମାର ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ଏହା ପରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଡିଆଇଓଏସ୍‌ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶ୍ନପତ୍ର ଲିକ୍‌ ପାଇଁ ଦାୟୀ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଇଛନ୍ତି। ସେ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ପୂରା ମାମଲା ସଂପର୍କରେ ଅବଗତ ହୋଇଛନ୍ତି। ଅନ୍ୟପଟରେ ଆଗାମୀ ଦିନରେ ହେବାକୁ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ‌ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ପରୀକ୍ଷାକୁ ସୁସଂଚାଳନ ପାଇଁ ପରାମର୍ଶ ଦେଇଛନ୍ତି।

ଇଂରାଜୀ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ୨୪ଟି ଜିଲ୍ଲାରେ ପରୀକ୍ଷା ବାତିଲ କରିଦିଆଯାଇଛି। କିନ୍ତୁ ବାକି ୫୧ଟି ଜିଲ୍ଲାରେ ପରୀକ୍ଷା ହୋଇଛି। ବାତିଲ କରାଯାଇଥିବା ପରୀକ୍ଷା ଆସନ୍ତା ୧୩ ତାରିଖରେ ହେବ। ମାମଲାର ତଦନ୍ତ ପାଇଁ ଏସଟିଏଫକୁ ଦାୟିତ୍ବ ଦିଆଯାଇଛି।

Related Posts