ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା; ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ, ଅଭିଭାବକ ଜାଣିବେ କଣ ପଢୁଛନ୍ତି ପିଲା

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ ଦିଆଯିବ । ପିଲାଙ୍କୁ କଣ ହୋମ ୱର୍କ ଦିଆଯାଉଛି ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ଏହି ନୋଟ୍ ବୁକରେ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକ ମାନେ ପିଲା କଣ ପଢୁଛନ୍ତି ତାହା ଜାଣିପାରିବେ। ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେହିପରି ମନ୍ତ୍ରୀ କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବକୁ ପହଂଚିଛି । ମାର୍ଚ୍ଚ ୧୦ ରେ ମାଟ୍ରିକ ପରୀକ୍ଷା ହେବ । ସଠିକ ଭାବେ ପରୀକ୍ଷା ପରିଚାଳନା ହେବ, କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା । ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି, କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବା କୁ ଚେତାବନୀ ଦେଇଛନ୍ତି । ଏକଥା ଆମ ନଜର କୁ ଆସିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଅଧ୍ୟାପକଙ୍କୁ ଅନୁରୋଧ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିଭଳି ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡିକରେ ଥିବା ଶିକ୍ଷକ ଅଭାବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲ ଗୁଡିକରେ ଆଗକୁ ମାସ ଟିଚର ରିକ୍ରୁଟିମେଣ୍ଟ କରାଯିବ । ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ କହିଛନ୍ତି ।

Related Posts