ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାର ତଦନ୍ତ କରୁଥିବା ଇନ୍ଦୁ ମଲହୋତ୍ରାଙ୍କୁ ମିଳିଲା ଧମକ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ହୋଇଥିବା ଅବ୍ୟବସ୍ଥାକୁ ନେଇ ସାରା ଦେଶରେ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ଏହାର ସଠିକ ଯାଞ୍ଚ ପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହା ମଧ୍ୟରେ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ ମିଳିଥିବାର କଥା ସାମ୍ନାକୁ ଆସିଛି । ତେବେ ଶିଖ୍ ଫର ଜଷ୍ଟିସ୍ ସଂଗଠନ ତାଙ୍କୁ ଧମକ ଦେଇଛି। ଏହି ସଂସ୍ଥା ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ମଧ୍ୟ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶିଖଙ୍କ ମଧ୍ୟରେ ତାଙ୍କୁ ବାଛିବାକୁ ପଡ଼ିବ ବୋଲି ଧମକ ଦିଆଯାଇଛି । ଏହା ସହ ଉକ୍ତ ଘଟଣାର ତଦନ୍ତ ଆଗକୁ ବଢ଼ାନ୍ତୁ ନାହିଁ ବୋଲି ମଧ୍ୟ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ଆମେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ କୌଣସି ପରିସ୍ଥିତିରେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଦେବୁ ନାହିଁ। ଆମେ ସୁପ୍ରିମକୋର୍ଟର ଓକିଲମାନଙ୍କର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରୁଛୁ ଏବଂ ସମସ୍ତଙ୍କ ପାଇଁ ହିସାବ ରଖାଯିବ ।

ପୂର୍ବରୁ ଆମେ ଓକିଲମାନଙ୍କୁ ଚେତାବନୀ ଦେଇଥିଲୁ ଜ୍ଝ ଏହି ପ୍ରସଙ୍ଗଟି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶିଖଙ୍କ ମଧ୍ୟରେ ଥିଲା, କିନ୍ତୁ ଆପଣ ଶିଖ୍ ଫର ଜଷ୍ଟିସ୍ ସଂଗଠନ ବିରୋଧରେ ଅଭିଯୋଗ ଆଣି ନିଜକୁ ବିପଦରେ ପକାଇଛନ୍ତି । ବର୍ତ୍ତମାନ ଆମେ ମୁସଲିମ ବିରୋଧୀ ଏବଂ ଶିଖ ବିରୋଧୀ ସୁପ୍ରିମକୋର୍ଟର ଓକିଲମାନଙ୍କୁ ଉତ୍ତରଦାୟୀ କରିବୁ। ସେପଟେ ୧୯୮୪ ଶିଖ ଦଙ୍ଗା ଏବଂ ଜଚ୍ଚଶୁଣାଣିରେ ଜଣେ ହେଲେ ଦୋଷୀଙ୍କୁ ମଧ୍ୟ ଦଣ୍ଡ ଦିଆଯାଇ ନାହିଁ । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଶୁଣାଣି କରାଯିବା ଉଚିତ ନୁହେଁ ବୋଲି ଶିଖ୍ ଫର ଜଷ୍ଟିସ୍ ସଂଗଠନ ପକ୍ଷରୁ ଦିଆଯାଇଛି । ଅନ୍ୟପଟେ ଧମକ ମିଳିବା ପରେ ସୁପ୍ରିମକୋର୍ଟର ବାର ଆସୋସିଏଶନ ପକ୍ଷରୁ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାକୁ ନେଇ ଆଇନଜୀବୀଙ୍କୁ ମିଳିଥିବା ଧମକର ଯାଞ୍ଚ କରିବାକୁ ଦାବି କରାଯାଇଛି ।

Related Posts