ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଶାହିଦ୍ ଲତିଫକୁ ଗୁଳି କରି ହତ୍ୟା । ଶାହିଦ୍ ପଠାନକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା । ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ଏନଆଇଏ ସାହିଦ ବିରୋଧରେ ମାମଲା କରିଥିଲା । ସାହିଦ ଭାରତ ସରକାରଙ୍କ ଆତଙ୍କବାଦୀ ତାଲିକାରେ ଥିଲା ।
ଶାହିଦ୍ ପାକିସ୍ତାନର ପଞ୍ଜାବ ପ୍ରନ୍ତରେ ଗୁଜରାଂବାଲାରେ ଥିଲା । ତାର ଜୈଶ-ଇ-ମହମ୍ମଦ ସହ ସମ୍ପର୍କ ଥିଲା । ସେ ସିଆଲକୋଟ ସେକ୍ଟରର କମାଣ୍ଡର ବି ଥିଲା ଏବଂ ସେଠାରେ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଏବଂ ଆତଙ୍କୀ ଆକ୍ରମଣ ଯୋଜନା ପ୍ରସ୍ତୁତ କରିବା କାମରେ ସାମିଲ ଥିଲା ।
ଶାହିଦ୍ କୁ ୧୯୯୪, ନଭେମ୍ବର ୧୨ ତାରିଖରେ ଗିରଫ କରାଯାଇଥିଲା ଏବଂ ସେ ଭାରତରେ ୧୬ ବର୍ଷ ଜେଲ ଦଣ୍ଡ ଭୋଗିଛି । ୨୦୧୦ରେ ବାଘା ମାଧ୍ୟମରେ ତାଙ୍କୁ ନିର୍ବାସିତ କରି ଦିଆ ଯାଇଥିଲା ।