ୟୁକ୍ରେନରୁ ୯ ଜଣ ବାଂଲାଦେଶୀଙ୍କୁ ଭାରତ ଉଦ୍ଧାର କରିଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରୁ ୯ ଜଣ ବାଂଲାଦେଶୀଙ୍କୁ ଭାରତ ଉଦ୍ଧାର କରିଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ । ତେବେ ଅପରେଶନ ଗଙ୍ଗା ସାହାଯ୍ୟରେ ୯ ଜଣ ବାଂଲାଦେଶୀ ନାଗରିଗଙ୍କୁ ଭାରତ ସ୍ଥାନାନ୍ତରଣ କରିଥିଲା । ଏନେଇ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେପଟେ ରୁଷ ଆକ୍ରମଣ କରିବା ପରଠାରୁ ପାକିସ୍ତାନ, ନେପାଳ ଏବଂ ତୁନିସିଆର ସମେତ ଅନ୍ୟ କେତେକ ରାଷ୍ଟ୍ରର ନାଗରିକ, ବିଶେଷକରି, ୟୁକ୍ରେନରେ ଫସି ରହିଥିବା ଶିକ୍ଷାର୍ଥୀମାନଙ୍କୁ ‘ଅପରେସନ ଗଙ୍ଗା’ ନାମିତ ସ୍ଥାନାନ୍ତରଣ ଅଭିଯାନରେ ଉଦ୍ଧାର କରିଛି। ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୧୪ ଦିନରେ ପହଞ୍ଚିଛି । ଏହା ମଧ୍ୟରେ ଋଷ ଆଜି ସକାଳ ପାଇଁ ରୁଷ ଅସ୍ତ୍ରବିରତି ଘୋଷଣା କରିଥିବାରୁ ୟୁକ୍ରେନ୍ର ସୁମିରୁ ‘ଗ୍ରିନ କରିଡର’ ଯୋଗେ ଜନସ୍ଥାନାନ୍ତରଣ ଚାଲିଛି।

ଗତ ରାତିରେ ବିମାନ ଆକ୍ରମଣ ଯୋଗୁଁ ୨୨ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ସୁମି ଆଞ୍ଚଳିକ ରାଜ୍ୟ ପ୍ରଶାସନର ଡିମିତ୍ରି ଝିଭିତସ୍କି କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ପିଲା। ପୂର୍ବ ୟୁକ୍ରେନର ସେଭେରୋଦୋନେସ୍କତକରେ ମଧ୍ୟ ୧୦ଜଣ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା କଥା ‘ଏପିଏଫ୍’ ରିପୋର୍ଟ କରିଛି। ଝିତୋମିରରେ ଗୋଟାଏ ଡର୍ମିଟାରି ଉପରେ ରୁଷୀୟ ବିମାନ ଆକ୍ରମଣ ଯୋଗୁଁ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିବା ସହ ଆଉ ୩ଜଣ ଆହତ ହୋଇଛନ୍ତି। ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ୧୧ଜଣ ପିଲାଙ୍କ ସହ ସେମାନଙ୍କ ପିତାମାତାଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଇଜ୍ରାଏଲକୁ ସ୍ଥାନାନ୍ତର କରାଯାଇଛି।

Related Posts