୨୬/୧୧ ମୁମ୍ବାଇ ଆକ୍ରମଣକୁ ଭାରତ କେବେ ଭୁଲିବ ନାହିଁ: ଏସ ଜୟଶଙ୍କର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆଜି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ସ୍ମରଣ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ୨୬/୧୧ ଆକ୍ରମଣକୁ କେବେ ଭୁଲିପାରିବନାହିଁ। ଏହି ଆକ୍ରମଣ କେବଳ ମୁମ୍ବାଇ ଉପରେ ନୁହେଁ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଉପରେ ହୋଇଥିଲା ବୋଲି ଜୟଶଙ୍କର କହିଛନ୍ତି।

ସେ କହିଛନ୍ତି ଯେ ଏହି ଘଟଣା ପରଠାରୁ ଆମେ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଚେଷ୍ଟା କରିଛୁ, କିନ୍ତୁ ଏହି ଏବେ ମଧ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଏହାକୁ ପୁରା କରିବା ପାଇଁ ୟୁଏନଏସସି ଆତଙ୍କବାଦ ବିରୋଧୀ କମିଟି ଏବେ ମିଳିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ତେବେ ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ୱତନ୍ତ୍ର ବୈଠକ ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟର ସଦସ୍ୟମାନେ ମୁମ୍ବାଇର ହୋଟେଲ ତାଜ ପ୍ୟାଲେସରେ ପହଞ୍ଚିଥିଲେ। ଏହି ଅବସରରେ ସମସ୍ତେ ହୋଟେଲରେ ଥିବା ୨୬/୧୧ ସ୍ମାରକସ୍ଥଳିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆମେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଚେଷ୍ଟା କରିଛୁ। ଏହି ସ୍ଥାନରେ ୟୁଏନସିର କାଉଣ୍ଟର-ଆତଙ୍କବାଦ କମିଟିର ଏକାଠି ହେବା ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ। ମିଳିତ ଭାବେ ଆମକୁ ଏକ ବାର୍ତ୍ତା ପଠାଇବାକୁ ପଡ଼ିବ ଯେ ଆତଙ୍କବାଦୀଙ୍କୁ ଉତ୍ତରଦାୟୀ କରିବା ଓ ପୀଡିତମାନଙ୍କୁ ନ୍ୟାୟ ଦେବାରେ ଅନ୍ତର୍ଜାତୀୟ ସମୁଦାୟ କେବେ ବି ଛାଡ଼ିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ଦୁଇ ଦିନିଆ ସ୍ୱତନ୍ତ୍ର ବୈଠକର ପ୍ରଥମ ଦିନରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୫ ରାଷ୍ଟ୍ରଦୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶ ତଥା ଜାତିସଂଘର ବରିଷ୍ଠ ଅଧିକାରୀଙ୍କ ସହ ୨୬/୧୧ ସ୍ମାରକସ୍ଥଳିରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପୀଡିତଙ୍କ ସ୍ମୃତିରେ ଏକ ମିନିଟର ନିରବତା ଅବଲମ୍ବନ କରିଥିଲେ। ଦ୍ବିତୀୟ ବୈଠକର ଶନିବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ଚୀନର କୂଟନୀତିଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିବେ।

ଏହି ବୈଠକରେ କମିଟି ମୁଖ୍ୟତଃ ତିନୋଟି ଆହ୍ବାନ ଉପରେ ବିଚାର କରିବ, ଯେଉଁଥିରେ ଆତଙ୍କବାଦୀ କାର୍ଯ୍ୟରେ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡ଼ିଆର ପ୍ରଥମ ବ୍ୟବହାର, ପାଣ୍ଠି ସଂଗ୍ରହ ପାଇଁ ଦ୍ୱିତୀୟ ପେମେଣ୍ଟ ଟେକ୍ନୋଲୋଜିର ବ୍ୟବହାର ଏବଂ ଡ୍ରୋନ୍ ଭଳି ମାନବ ବିହୀନ ବିମାନ ଉପକରଣର ତୃତୀୟ ବ୍ୟବହାର ଅନ୍ତର୍ଭୁକ୍ତ।

ଏହି ବୈଠକରେ ଆଲବାନିଆ, ବ୍ରାଜିଲ, ଚୀନ୍, ଫ୍ରାନ୍ସ, ଗୋବାନ୍, ଘାନା, ଭାରତ, ଆୟର୍ଲାଣ୍ଡ, କେନିଆ, ମେକ୍ସିକୋ, ନରୱେ, ଋଷ ଫେଡେରେସନ୍, ସଂଯୁକ୍ତ ଆରବ ଏମିରେଟ୍ସ, ୟୁନାଟେଡ କିଙ୍ଗଡମ୍, ଯୁକ୍ତରାଷ୍ଟ୍ରର ପ୍ରତିନିଧୀମାନେ ଅଂଶଗ୍ରହଣ କରୁଛନ୍ତି।

Related Posts