ଭାରତକୁ ସନାତନ ଧର୍ମର ନୀତିକୁ ପୁନର୍ଜୀବିତ କରିବାକୁ ପଡ଼ିବ: ଆରିଫ୍ ଖାନ, କେରଳ ରାଜ୍ୟପାଳ


ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଭାରତର ପୁରାତନ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଦେଶରେ ଉପଯୁକ୍ତ ଶିକ୍ଷା ବିସ୍ତାର କରି ‘ସନାତନ ଧର୍ମ’ର ପୁନରୁଦ୍ଧାର ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେପଟେ କାଲାନ ସହରରେ ଏକ ବିଦ୍ୟାଳୟର ଉଦଘାଟନ କରିବା ସମୟରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ରାଜ୍ୟର ପୁରାତନ ସଂସ୍କୃତିକୁ ପୁନର୍ଜୀବିତ କରିବା ଦିଗରେ ସମସ୍ତଙ୍କୁ କାର‌୍ୟ୍ୟ କରିବାକୁ ପଡିବ । କାରଣ ଆମକୁ ପଛକୁ ଫେରିବାକୁ ହେବ ନାହିଁ ବରଂ ‘ସନାତନ’ ନୀତିକୁ ଫେରାଇ ଆଣିବାକୁ ହେବ । ଶିକ୍ଷା ବିନା ଏହା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି। କେବଳ ଏତିକି ନୁହେଁ ବରଂ ସ୍ୱାମୀ ବିବେକାନନ୍ଦ କହିଛନ୍ତି ଯେ ମାନବ ଜୀବନର ଉଦ୍ଦେଶ୍ୟ ହେଉଛି ଜ୍ଞାନ ଆହରଣ ଏବଂ ନମ୍ରତା ହେଉଛି ଜ୍ଞାନର ଫଳାଫଳ ବୋଲି କେରଳର ରାଜ୍ୟପାଳ ଆରିଫ ମହମ୍ମନ ଖାନ କହିଛନ୍ତି । କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଦ୍ୱାରା ଘରୋଇ ବିଦ୍ୟାଳୟର ଉଦଘାଟନ ଅବସରରେ ଜିଲ୍ଲା ମାଜିଷ୍ଟ୍ରେଟ ଉମେଶ ପ୍ରତାପ ସିଂ, ପୋଲିସ ଅଧୀକ୍ଷକ ଏସ ଆନନ୍ଦ ଏବଂ ବିଧାୟକ ହରି ପ୍ରକାଶ ଭର୍ମା ମଧ୍ୟ ଉପସ୍ଥିତ ଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts