ବଢ଼ିଲା ଇଣ୍ଡିଆ ମେଣ୍ଟର ଅଡ଼ୁଆ; ଛିଡ଼ୁନି ଆସନ ଅଙ୍କ, ୨୯୦ ଆସନରେ ଲଢ଼ିବାକୁ କଂଗ୍ରେସର ଯୋଜନା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝମଣା ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଂଜାବ, ଦିଲ୍ଲୀ, ପଶ୍ଚିମବଂଗ, କେରଳ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଆସନ ବୁଝାମଣା ନେଇ ଆଞ୍ଚଳିକ ଦଳମାନଙ୍କ ସହ ତାଳମେଳ ହୋଇପାରୁନଥିବାରୁ କଂଗ୍ରେସ ଏକାକୀ ୨୯୦ ଲୋକସଭା ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି।

ଆଗାମୀ ୪ ତାରିଖ ଦିନ କଂଗ୍ରେସ ମୁଖ୍ୟାଳୟରେ ଆସନ ଚୂଡ଼ାନ୍ତ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। କଂଗ୍ରେସ ପଞ୍ଜାବରେ ୬ଟି ଆସନ, ହରିୟାଣାରେ ୧୦ ଆସନ, ଉତ୍ତରପ୍ରଦେଶରେ ୧୫ରୁ ୨୦ ଆସନ, ବିହାରରେ ୬ରୁ ୮ ଆସନ, ମହାରାଷ୍ଟ୍ରରେ ୧୬ରୁ ୨୦ ଆସନ, କେରଳରେ ୧୬ ଆସନରେ ଲଢ଼ିବାକୁ ଲଢ଼ିବାକୁ ଯୋଜନା କରୁଛି। ଏହା ସହିତ ପଶ୍ଚିମବଂଗରେ କଂଗ୍ରେସ ୬ରୁ ୧୦ ଆସନରେ ଲଢ଼ିବାକୁ ଯୋଜନା କରୁଥିବାରୁ ଟିଏମ୍‌ସି-କଂଗ୍ରେସ ମେଣ୍ଟ ସମ୍ଭାବନା ମଉଳି ଯାଇଛି। ସେହିପରି ପଞ୍ଜାବରେ ଆମ ଆଦମୀ ପାର୍ଟି, ୟୁପିରେ ସମାଜବାଦୀ ପାର୍ଟି, ବିହାରରେ ଜେଡିୟୁ ଓ ଆରଜେଡି, ମହାରାଷ୍ଟ୍ରରେ ଏନସିପି (ଶରଦ ପାୱାର), ଶିବସେନା (ଉଦ୍ଧବ ଗୋଷ୍ଠୀ) ଭଳି ଦଳ ଇଣ୍ଡିଆ ମେଣ୍ଟରେ ସାମିଲ ଥିବାରୁ ଏହି ସବୁ ରାଜ୍ୟରେ କଂଗ୍ରେସ ଲଢ଼ିବାକୁ ଚାହୁଁଥିବା ଅସାନକୁ ନେଇ ମଧ୍ୟ ଅସହମତି ଦେଖିବାକୁ ମିଳିପାରେ। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Posts