ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ; ଟିକେଟ ଦର କମାଇଲା OCA

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିଭିନ୍ନ ମହଲରେ ଅସନ୍ତୋଷ ପରେ ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି।

ଓସିଏ ପକ୍ଷରୁ କୁହାଯାଇଛି ଯେ, ଦର୍ଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୫ ଫେବ୍ରୁଆରି ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ୍‌ ଦର ହ୍ରାସ କରାଯାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରାଯାଇଛି। ଗ୍ୟାଲେରି-୧ ଓ ୩ରେ ପୂର୍ବରୁ ଟିକେଟ୍‌ ଦର ୧,୨୦୦ ଟଙ୍କା ଥିଲା। ଏବେ ଏହି ୨ଟି ଗ୍ୟାଲେରିରେ ଦର୍ଶକମାନଙ୍କୁ ୧,୧୦୦ ଟଙ୍କାରେ ଟିକେଟ୍‌ ମିଳିପାରିବ। ଗ୍ୟାଲେରି-୫ରେ ପୂର୍ବରୁ ଟିକେଟ୍‌ ଦର ୧,୫୦୦ ଟଙ୍କା ଥିବା ବେଳେ ନୂତନ ଦର ୧,୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ଗ୍ୟାଲେରି-୨ ଓ ୪ରେ ଟିକେଟ୍‌ ଦର ପୂର୍ବରୁ ୧,୦୦୦ ଟଙ୍କା ଥିବା ବେଳେ ଏହାକୁ ୧୦୦ ଟଙ୍କା ହ୍ରାସ କରାଯାଇଛି। ନୂତନ ଦର ୯୦୦ ଟଙ୍କା ରଖାଯାଇଛି। ଗ୍ୟାଲେରି ୭ରେ ଆଗରୁ ୮୦୦ ଟଙ୍କା ଥିବା ବେଳେ ଏହା ‌ଏବେ ୭୦୦ ଟଙ୍କା ହୋଇଛି। ସ୍ପେଶାଲ ଏନ୍‌କ୍ଲୋଜରରେ ଟିକେଟ୍‌ ଦର ୭,୦୦୦ରୁ ୧,୦୦୦ ହଜାର ହ୍ରାସ କରି ୬,୦୦୦ ଟଙ୍କା ରଖାଯାଇଛି। ଏସି ଏନକ୍ଲେଜର ୯୦୦୦ରୁ ୮୦୦୦ ଟଙ୍କା କରିଦିଆଯାଇଛି। କିନ୍ତି କର୍ପୋରେଟ୍‌ ବକ୍ସର ମୂଲ୍ୟ ପୂର୍ବଭଳି ୨୦,୦୦୦ ଓ ନ୍ୟୁ ପାଭଲିଅନ୍‌ ଦର ୧୦,୦୦୦ ଟଙ୍କା ଅପରିବର୍ତ୍ତିତ ରହିଛି।

Related Posts