ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ଅପମାନ ଜନକ ମନ୍ତବ୍ୟ ଦେବା ଘଟଣା:୧୪ ଦିନ ନ୍ୟାୟିକ ହେପାଜତରେ ଗଲେ ବିଜେପି ବିଧାୟକ ଟି ରାଜା

ନୂଆଦିଲ୍ଲୀ : ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ଦେଇଥିବା ଅପମାନ ଜନକ ମନ୍ତବ୍ୟ ଦେବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କ ଉପରେ ପଡ଼ିଛି ମହଙ୍ଗା । ଏନେଇ ତାଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳେ ତାଙ୍କୁ ଏହି ଅଭିଯୋଗରେ ପୋଲିସ ଗିରଫ କରିଛି। ଅନ୍ୟପଟେ ବିଜେପି ଟି ରାଜାଙ୍କୁ ଦଳରୁ ବହିଷ୍କୃତ କରିଛି।

ଏହା ପୂର୍ବରୁ ବିଧାୟକ ଟି ରାଜା ସୋମବାର ସକାଳେ ଷ୍ଟାଣ୍ଡ-ଅପ୍‌ କମେଡିଆନ୍‌ ମୁନବ୍ବର ଫାରୁକିଙ୍କ ବିଷୟରେ ଆଲୋଚନା କରି ଏକ ଭିଡିଓ ଜାରି କରିଥିଲେ। ସେହି ଭିଡିଓରେ ଇସ୍ଲାମ୍‌ ବିରୋଧରେ ବିଭିନ୍ନ ଟିପ୍ପଣୀ ଦେଇଥିଲେ। ଫଳରେ ତାଙ୍କର ଗିରଫଦାରି ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ହାଇଦରାବାଦର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେତେବେଳେ ଟିରାଜା ସିଂହଙ୍କ ବିରୋଧରେ ଧାର୍ମିକ ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତୃତାକୁ ଉତ୍ସାହିତ କରିବା, ଜାଣିଶୁଣି ଖରାପ ଭାବନା କାମକରିବା ସମ୍ପର୍କିତ ବିଭିନ୍ନ ଆଇପିସି ଧାରା ଅଧୀନରେ ତାଙ୍କ ବିରୋଧରେ ମାମାଲା ରୁଜୁ କରାଯାଇଥିଲା। କୌଣସି ଧାର୍ମିକ ଭାବନାକୁ ଏହାର ଧାର୍ମିକ ବିଶ୍ୱାସରେ ଅପମାନ କରିବା ଓ ଅନ୍ୟମାନଙ୍କ ମଧ୍ୟରେ ଅପରାଧିକ ଧମକ ଦେବା ଏହାର ଉଦ୍ଦେଶ୍ୟ ଥିଲା ।

ଏହାପରେ ତେଲେଙ୍ଗାନା ପୋଲିସ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିବା ପାଇଁ ହୋଇଥିବା ଅଭିଯୋଗ ଆଧାରରେ ଟିରାଜାଙ୍କୁ ଗିରଫ କରିଛି। ଏହା ମଧ୍ୟରେ ବିଜେପି ତାଙ୍କୁ ନିଲମ୍ୱିତ କରିବା ସହିତ ତାଙ୍କୁ କାହିଁକି ବହିଷ୍କୃତ କରାଯିବ ନାହିଁ ଏହାର ଜବାବ ତାଙ୍କୁ ୧୦ ଦିନ ମଧ୍ୟରେ ମାଗିଛି।

Related Posts