ମାଲକାନଗିରିରେ ବାଇକରେ ଶବ ବୁହା ଘଟଣା; କାରଣ ଦର୍ଶାଇ ନୋଟିସ ଜାରି କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ତେବେ ମୋଟରସାଇକେଲରେ ଜଣେ କୁନି ଝିଅର ଶବକୁ ବୋହି ପରିବାର ଲୋକେ ଗାଁ ପର୍ଯ୍ୟନ୍ତ ଯାଇଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ଏକ ସର୍କୁଲାର ଜାରି କରିଛନ୍ତି। ତାହା ଅନୁଯାୟୀ, ଏଣିକି ଏଡିଏମଓ ବା ହସ୍ପିଟାଲ ମ୍ୟାନେଜରଙ୍କ ଜାଣତରେ ସମସ୍ତ ଶବ ଯିବ। ମୋଟରସାଇକଲରେ କୁନି ଝିଅର ଶବ ବୋହିବା ଘଟଣାରେ ନର୍ସିଙ୍ଗ ଓ୍ବାର୍ଡ ଇନଚାର୍ଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମହାପ୍ରୟାଣ ଗାଡ଼ି ପାଇଁ ପରାମର୍ଶ ଦେଇ ନ ଥିବାରୁ ତାଙ୍କୁ ନୋଟିସ ଜାରି କରାଯାଇଛି। ସେପଟେ ରକ୍ତ ନ ମିଳିବାରୁ ଅକାଳରେ ଚାଲିଯାଇଥିଲା ୪ବର୍ଷର ଜୀବନ। ଏହାପରେ ମିଳିଲାନି ଆମ୍ବୁଲାନ୍ସ। ତେଣୁ ବାଇକରେ ଗାଁ ପର୍ଯ୍ୟନ୍ତ ଗଲା ଶବ।

ମାଲକାନଗିରି ଜିଲ୍ଲା ମହକୁମାରେ ଏଭଳି ଗୋଟିଏ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ୍ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗୁରୁତର ଅସୁସ୍ଥ ହୋଇଥିଲା। ତେଣୁ ଗତକାଲି ହିଁ ଇର୍ମା ଝିଅକୁ ଆଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରଶ୍ମି ରକ୍ତହୀନତାର ଶିକାର ହୋଇଥିବା ଜଣାପଡ଼ିଥିଲା।ତେଣୁ ରକ୍ତ ଯୋଗାଡ଼ କରିବାକୁ ଇର୍ମାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ଏମିତି ସ୍ଥିତିରେ ନିଜର ବୋଲି କେହି ମାଲକାନଗିରି ନଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ସତ୍ତ୍ବେ ରକ୍ତ ଯୋଗାଡ଼ କରିପାରି ନଥିଲେ। ତଥାପି ଝିଅକୁ ବଞ୍ଚାଇବା ପାଇଁ ପୂରା ଜୋର୍ ଲଗାଇ ଦେଇଥିଲେ। କିନ୍ତୁ ରକ୍ତ ନ ପାଇ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିର ମୃତ୍ୟୁ ହୋଇଯାଇଥିଲା।

Related Posts