(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ପେଗାସସ୍ ଫୋନ୍ ହ୍ୟାକ୍ ମାମଲାକୁ ନେଇ ଏବେ ଦେଶର ରାଜନୀତି ସରଗରମ । ଫ୍ରାନ୍ସର ଏକ ନନ୍ ପ୍ରଫିଟ୍ କଂପାନୀ ଫରବିଡେନ୍ ଷ୍ଟୋରୀଜ୍ ଏବଂ ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ୍ ମିଳିତ ଅନୁସନ୍ଧାନରେ ଫୋନ୍ ଟ୍ୟାପିଂ ମାମଲାର ଖୁଲାସା ହେବା ପରେ ଏବେ ସାରା ଦେଶରେ ରାଜନୀତି ଜୋର ଧରିଛି। ବିରୋଧୀ ସରକାରଙ୍କ ଉପରେ ହମଲା କରୁଥିବା ବେଳେ ଏବେ ବିଜେପି ଉପରେ ନାରାଜ ଥିବା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ନିଜ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି। ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ” ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ସ୍ପଷ୍ଟ କରିବା ଉଚିତ ଯେ ଆମର ଟେଲିଫୋନ୍ ଟ୍ୟାପିଂ କରୁଥିବା ଇସ୍ରାଏଲ୍ କମ୍ପାନୀ ସହିତ ଭାରତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ନଚେତ୍ ୱାଟରଗେଟ୍ ପରି ସତ୍ୟ ବାହାରକୁ ଆସିବ ଏବଂ ହଲାଲ୍ ରାସ୍ତାରେ ବିଜେପିକୁ କ୍ଷତି ପହଞ୍ଚାଇବ।
ସୂଚନାଯୋଗ୍ୟ ଯେ ଆମେରିକାର ଡେମୋକ୍ରାଟିକ୍ ପାର୍ଟିର ନ୍ୟାସନାଲ କମିଟିର କାର୍ଯ୍ୟାଳୟ ୱାଟରଗେଟ୍ ହୋଟେଲ କମ୍ପ୍ଲେକ୍ସରେ ଅଛି। 1969 ମସିହାରେ, ରିଚାର୍ଡ ନିକ୍ସନ୍, ଆମେରିକାର ପୂର୍ବତନ ରାଷ୍ଟ୍ରପତି, ସେହି କମ୍ପ୍ଲେକ୍ସରେ ଏକ ରେକର୍ଡିଂ ଡିଭାଇସ୍ ଲଗାଇ ଦେଇଥିଲା। ଯାହାଦ୍ୱାରା ତାଙ୍କର ପ୍ରତିଦ୍ୱନ୍ଦ୍ୱୀମାନେ କ’ଣ କରୁଛନ୍ତି ସେ ବିଷୟରେ ସୂଚନା ପାଇପାରିବେ। ଏହି ପରିପ୍ରେକ୍ଷୀରେ ରିପବ୍ଲିକାନ୍ ନେତାଙ୍କ ନାମ ଗୋଟିଏ ପରେ ଗୋଟିଏ ପ୍ରକାଶ ପାଇଲା। ଏବଂ ସାରା ବିଶ୍ୱରେ ସେ ବଦନାମ୍ ହୋଇଥିଲେ ।
ଫ୍ରାନ୍ସର କଂପାନୀ ଫରବିଡେନ୍ ଷ୍ଟୋରୀଜ୍ ଏବଂ ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ୍ ପାଗସେସ୍ ସ୍ପାଇୱାୟାର ଜରିଆରେ କରାଯାଇଥିବା ଜାସୁସିର ପର୍ଦ୍ଦାଫାସ୍ କରିଥିଲେ, ତା’ପରେ ଏହା ବିଶ୍ବର କିଛି ମିଡିଆ ସଂଗଠନ ସହିତ ଏହି ତଥ୍ୟକୁ ସେୟାର କରି ଥିଲେ। ଏହି ଇନଭେଷ୍ଟିଗେସନର ନାମ ‘ପେଗାସସ୍ ପ୍ରୋଜେକ୍ଟ’ ରଖାଯାଇଛି। ଏହି ଯାଞ୍ଚ୍ ତାଲିକାରେ 1500 ରୁ ଅଧିକ ନାମ ମିଳିଛି । ୱାଶିଂଟନ୍ ପୋଷ୍ଟ ସ୍ତମ୍ଭକାର ଜମାଲ ଖାସୋଗିଙ୍କ ହତ୍ୟାରେ ପେଗାସସ୍ ସ୍ପାଏୱେୟାରର ନାମ ମଧ୍ୟ ସାମ୍ନାକୁ ଆସିଥିଲା।
ଉଲ୍ଲେଖନୀୟ ବିଷୟ ହେଉଛି, ଅନେକ ଦେଶର ଗଣମାଧ୍ୟମ ସଂଗଠନ ପ୍ରକାଶ କରିଛନ୍ତି ଯେ ଇସ୍ରାଏଲ୍ କମ୍ପାନୀ NSO ର ଗୁଇନ୍ଦାଗିରି ପେଗାସସ୍ ମାଧ୍ୟମରେ ସାରା ବିଶ୍ୱରେ ସାମ୍ବାଦିକ, ଆଇନ ଜଗତ ସହ ଜଡିତ ଥିବା ବ୍ୟକ୍ତି, ରାଜନେତା ତଥା ଏପରିକି ରାଜନେତାଙ୍କ ସମ୍ପର୍କୀୟଙ୍କ ଉପରେ ଜାସୁସି କରାଯାଇଛି। Ndtv ରିପୋର୍ଟ ଅନୁଯାୟୀ ଭାରତରେ ମନ୍ତ୍ରୀ, ବିଚାରପତି, ସାମ୍ବାଦିକ ଏବଂ ସଂଘର କିଛି ନେତାଙ୍କ ଉପରେ ମଧ୍ୟ ଜାସୁସି କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ସଂସ୍ଥା କେବଳ ସରକାରଙ୍କୁ ଏହାର ସେବା ଯୋଗାଇ ଥାଏ। ଏପଟେ ଜାସୁସି ଅଭିଯୋଗକୁ ଭାରତ ସରକାର ଅସ୍ୱୀକାର କରିଛନ୍ତି। ଡିସେମ୍ବର 2020 ରେ ପେଗାସସ୍ ସ୍ପାଇୱୟାର ଜରିଆରେ ଅଲ ଜଜିରାର ସାମ୍ବାଦିକଙ୍କ ଉପରେ ଜାସୁସିର ଖବର ସାମ୍ନାକୁ ଆସିଥିଲା। ତେବେ ଏହି ପାଗସେସ୍ ସ୍ପାଇୱୟାରର ପ୍ରଥମ ଗ୍ରାହକ ଥିଲା ମେକ୍ସିକୋ।