ଭଦ୍ରକ ମ୍ୟୁନିସିପାଲଟିରେ ଶାସକ ବିଜେଡିକୁ ମାତ ଦେଇ ବିଜୟ ମୁକୁଟ ପିନ୍ଧିଲେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ଦଲାୱାଜୀ ହବିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଦ୍ରକ ଏନଏସିରେ ଶାସକ ବିଜେଡିକୁ ମାତ ଦେଇ ବିଜୟ ମୁକୁଟ ପିନ୍ଧିଲେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ଦଲାୱାଜୀ ହବିବ । ବିଜେଡି ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୩୨୫୬ଖଣ୍ଡ ଭୋଟରେ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସ୍ୱାଧୀନ ପ୍ରାର୍ଥୀ ଗୁଲ୍ମୁକି ଦଲାଓ୍ୱାଜୀ ହବିବ୍ ନିର୍ବାଚନରେ ମୋଟ ୨୮୧୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୨୪୮୫୯ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଛନ୍ତି । ଏଭଳି ଭଦ୍ରକ ଏନ୍ଏସି ଲଢେଇ କଂଗ୍ରେସ ଓ ବିଜେପି ବହୁ ପଛରେ ପଡିଯାଇଛନ୍ତି । ବିଜେପି ପ୍ରାର୍ଥୀ ଗୀତାଞ୍ଜଳୀ ପଢିଆରୀ ୬୭୮୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅମିତାବାଳା ଆଚାର୍ଯ୍ୟ ୧୯୦୭ ଖଣ୍ଡ ଭୋଟ ପାଇଛନ୍ତି ।

Related Posts