ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୨ ଛୁଆ କରୋନା ପଜିଟିଭ ଚିହ୍ନଟ, ୮ ଆକ୍ରାନ୍ତ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୦ ରୁ ୧୮ ବର୍ଷ ମଧ୍ୟରେ ୧୨୨ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ହୋଇଥିବା ୬୦୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୫୫ଟି ଲୋକାଲ୍ କେସ୍‌ ରହିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୩, ଅନୁଗୁଳରୁ ୧୩ ଜଣ, ବାଲେଶ୍ୱରରୁ ୩୧ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୧୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୮ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୩୧ ଜଣ, ଝାରସୁଗୁଡ଼ାରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୧୩ ଜଣ, କେଉଁଝରରୁ ୮ ଜଣ, ଖୋର୍ଦ୍ଧାରୁ ୧୮୮ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୧ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୨୦ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ୱଲପୁରରୁ ୧୬ ଜଣ, ସୋନପୁରରୁ ୨ ଜଣ,  ସୁନ୍ଦରଗଡ଼ରୁ ୯ ଜଣ ଓ ଷ୍ଟେଟ ପୁଲରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଏହି ୪ଟି ଜିଲ୍ଲାରୁ କେହି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। 

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୫୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୧୨ ହଜାର ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୬ ହଜାର ୯୯୬ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୯ ଲକ୍ଷ ୯୭ ହଜାର ୦୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୪୭୭୧୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Related Posts