ପରଲୋକରେ ଗଲି ବଏର ଫେମସ୍‌ ରାପର ଧର୍ମେଶ ପରମାର

୨୪ ବର୍ଷ ବୟସ ରେ ଆଖି ବୁଜିଲେ ଗଲି ବଏର ଫେମସ୍‌ ରାପର ଧର୍ମେଶ ପରମାର । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ, ଅନେକ ଗଣମାଧ୍ୟମ ରିପୋର୍ଟରେ ଅନୁସାରେ ଏକ କାର ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ରାପର ଧର୍ମେଶଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ତାଙ୍କ ବ୍ୟାଣ୍ଡ ସ୍ବଦେଶୀଙ୍କ ଦ୍ୱାରା ନିଶ୍ଚିତ କରାଯାଇଛି । ୨୪ ବର୍ଷୀୟ ଧର୍ମେଶ ପରମାରଙ୍କ ମୃତ୍ୟୁ ଖବର ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି । ଏମସି ଟଡଫୋଡ ନାମରେ ବେଶ ଜଣାଶୁଣା ଧର୍ମେଶ । ଗଲି ବଏର ମୁଖ୍ୟ ଅଭିନେତା ରଣଭୀର ସିଂ ଏବଂ ସିଦ୍ଧାନ୍ତ ଚତୁଃର୍ବେଦୀ ତାଙ୍କୁ ନେଇ ଖୁବ୍‌ ପ୍ରଶଂସା କରିଥିଲେ। ବର୍ତ୍ତମାନ ଅନେକ ୟୁଜର୍ସ ସହ ଅନ୍ୟାନ୍ୟ ସେଲେବ୍‌ମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କହିବାକୁ ଗଲେ ଯେ ଧର୍ମେଶ ପରମାର ଏହି ସମସ୍ତ ଗୀତ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ରଣଭୀର ସିଂ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଧର୍ମେଶ ପରମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ସିଦ୍ଧାନ୍ତ ଚତୁଃର୍ବେଦୀ ମଧ୍ୟ ଧର୍ମେଶଙ୍କ ଫଟୋ ଇନଷ୍ଟାଗ୍ରାମରେ ତାଙ୍କ ସହ ଏକ ସ୍କ୍ରିନସଟ ସେୟାର କରିଛନ୍ତି।

Related Posts